Sunday, November 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରଙ୍ଗିଲା ଗଞ୍ଜେଇ ମାଫିଆଙ୍କୁ ଧରିଲା ପୁଲିସ, ସୁନ୍ଦର ତରୁଣୀ ଆଣି କରୁଥିଲେ ରିଲ୍ସ

by ସଞ୍ଜୟ ସ୍ୱାଇଁ
August 31, 2024
in Crime, State
ରଙ୍ଗିଲା ଗଞ୍ଜେଇ ମାଫିଆଙ୍କୁ ଧରିଲା ପୁଲିସ, ସୁନ୍ଦର ତରୁଣୀ ଆଣି କରୁଥିଲେ ରିଲ୍ସ
242
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଅଏସ କରୁଥିଲେ B-Tech ଗଞ୍ଜେଇ ମାଫିଆ। ଗଞ୍ଜେଇ ବେପାରରୁ ରୋଜଗାର କରୁଥିବା ଟଙ୍କାରେ ମୌଜ ମଜଲିସ୍‌ କରୁଥିଲେ। ରାଜ୍ୟ ବାହାରୁ ସୁନ୍ଦର ସୁନ୍ଦର ତରୁଣୀ ଆଣି ସେମାନଙ୍କ ସହିତ ରିଲ୍ସ କରୁଥିଲେ। ସୋଶାଲ୍‌ ମିଡ଼ିଆରେ ଧମାଲ୍‌ କରୁଥିଲେ। ଆଜି ସେହି ରଙ୍ଗୀଲା ଗଞ୍ଜେଇ ମାଫିଆଙ୍କୁ ଧରିଛି ଭୁବନେଶ୍ୱର କମିଶନରେଟ୍‌ ପୁଲିସ୍‌। ଏଥିସହ ୨ଟି ଦାମୀ କାର୍‌ ଓ ଗଞ୍ଜେଇ ଜବତ କିରିଛି କମିଶନରେଟ୍‌ ପୁଲିସ୍‌। ଜଙ୍କିଆ ଅଞ୍ଚଳର ପୁଷ୍ପକ ଶ୍ରୀଚନ୍ଦନ B-Tech ପାସ୍‌ କରିଛନ୍ତି। ପାଠ ପଢ଼ା ସହିବା ପରେ ଇଞ୍ଜିନିୟରିଂ ଚାକିରି କରିବା ପରିବର୍ତ୍ତେ ଗଞ୍ଜେଇ ବେପାର କରିବା ପାଇଁ ମନ ବଳାଇଥିଲେ। ସେଥିପାଇଁ ଏକ ଗ୍ରୁପ୍‌ ଗଢ଼ିଥିଲେ। ଆଉ କନ୍ଧମାଳର ରାଇଙ୍ଗିଆରୁ ଗଞ୍ଜେଇ ଆଣି ଖୋର୍ଦ୍ଧା ଓ ଭୁବନେଶ୍ୱରର ବମିଖାଲ୍‌ରେ ରଖୁଥିଲେ। ପୁଲିସ୍‌ ହାତରେ ଧରା ନପଡ଼ିବା ପାଇଁ ମଧ୍ୟାହ୍ନରୁ ଅପରାହ୍ନ ୪ଟା ଭିତରେ ଗଞ୍ଜେଇ ଚାଲାଣ କରୁଥିଲେ। ଆଉ ପରବର୍ତ୍ତୀ ସମୟରେ ସେହି ଗଞ୍ଜେଇକୁ କୋଲକାତା ଚାଲାଣ କରୁଥିଲେ। ପଶ୍ଚିମବଙ୍ଗକୁ ଦୁଇଟି ଉପାୟରେ ଗଞ୍ଜେଇ ଚାଲାଣ ହେଉଥିଲା। ପୁଷ୍ପକ ଓ ତାଙ୍କ ସାଥୀମାନେ ସିଧାସଳଖ ଗଞ୍ଜେଇ ନେଇ କୋଲକାତାର ମାଫିଆଙ୍କୁ ଦେଉଥିଲେ। ବେଳେ ବେଳେ କୋଲକାତାର ମାଫିଆମାନେ ଓଡ଼ିଶା ଆସି ଭୁବନେଶ୍ୱରରୁ ଗଞ୍ଜେଇ ଧରି ଯାଉଥିଲେ। ସେମାନଙ୍କୁ କର୍ଡନ କରାଇ ନେଉଥିଲେ ପୁଷ୍ପକ ଶ୍ରୀଚନ୍ଦନଙ୍କ ସାଥୀମାନେ। ଗଞ୍ଜେଇ ଚାଲାଣ କରି ଉପାର୍ଜନ କରୁଥିବା ଟଙ୍କାରେ ଅଏସ୍‌ କରୁଥିଲେ ପୁଷ୍ପକ ଓ ତାଙ୍କ ସାଥୀ। ମିଳିଥିବା ସୂଚନା ଅନୁସାରେ ରାଜ୍ୟ ବାହାରୁ ସୁନ୍ଦର ସୁନ୍ଦର ତରୁଣୀ ଆଣି ସେମାନଙ୍କ ସହିତ ରିଲ୍ସ କରୁଥିଲେ। ସେମାନଙ୍କ ସହିତ ମୌଜ ଓ ମଜଲିସ୍‌ କରୁଥିଲେ। ପୁଲିସ୍‌ କମିଶନର ସଞ୍ଜୀବ ପଣ୍ଡାଙ୍କ କହିବା ଅନୁସାରେ ପୁଷ୍ପକ ଓ ତାଙ୍କ ସାଥୀମାନେ ଗଞ୍ଜେଇ ଚାଲାଣ କରୁଥିବା ସମ୍ପର୍କରେ ସୂଚନା ମିଳିଥିଲା। ତା’ପରେ ସେମାନଙ୍କୁ ଧରିବା ପାଇଁ ଜାଲ ବିଛା ଯାଇଥିଲା। ସେମାନେ ଗଞ୍ଜେଇ ଧରି କାର୍‌ରେ ଆସୁଥିବା ବେଳେ ପୁଲିସ୍‌ ଧରିଥିଲା। ପୁଲିସ ସେମାନଙ୍କଠାରୁ ୧୩୦ କେଜି ଗଞ୍ଜେଇ ଓ ୨ଟି କାର୍‌ ଜବତ କରିଛି। ପଷ୍ପକଙ୍କ ସମେତ ୫ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ୫ ଜଣଙ୍କ ଭିତରେ ୨ ଜଣ ପଶ୍ଚିମବଙ୍ଗର ଯୁବକ ଅଛନ୍ତି। ଗିରଫ ଅଭିଯୁକ୍ତଙ୍କ ନାଁରେ କୌଣସି ମାମଲା ନାହିଁ। ତଥାପି ଖୋଳତାଡ ଚାଲିଛି ବୋଲି ପୁଲିସ୍‌ କମିଶନର କହିଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!