Sunday, September 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

‘ଘରେ ଘରେ ଅରୁଣିମା’ : ପ୍ରାକ୍‌ବିଦ୍ୟାଳୟ ଶିଶୁମାନଙ୍କର ପ୍ରକୃତି ସହ ପରିଚୟ

by Anil Panda
October 8, 2020
in Nayagarh
‘ଘରେ ଘରେ ଅରୁଣିମା’ : ପ୍ରାକ୍‌ବିଦ୍ୟାଳୟ ଶିଶୁମାନଙ୍କର ପ୍ରକୃତି ସହ ପରିଚୟ
435
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା): ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ବିଭାଗ ଦ୍ୱାରା କୋଭିଡ୍‌-୧୯ ମହାମାରୀ ସମୟରେ ଶିଶୁମାନଙ୍କୁ ସୃଜନାତ୍ମକ କାର୍ଯ୍ୟକଳାପରେ ନିୟୋଜିତ ରଖି ସେମାନଙ୍କ ଶାରୀରିକ ଓ ମାନସିକ ବିକାଶ ପାଇଁ ଆରମ୍ଭ କରାଯାଇଥିବା ‘ଘରେ ଘରେ ଅରୁଣିମା’ କାର୍ଯ୍ୟକ୍ରମରେ ଅକେଫାବର ମାସରେ ପ୍ରକୃତି ସହିତ ପରିଚିତ କରିବା ନିମନ୍ତେ ପ୍ରୟାସ କରାଯାଇଛି । ଅକେଫାବର ମାସ ପାଇଁ ବିଷୟବସ୍ତୁ ରହିଛି ଗଛ, ପତ୍ର, ଫୁଲ ଓ ଫଳ । ପୂର୍ବରୁ ଅରୁିମା କ୍ୟାଲେଣ୍ଡର ଜରିଆରେ ‘ମୋ ଶରୀର’, ‘ମୁଁ ଆଉ ମୋ ପରିବାର’ ଏବଂ ‘ପଶୁପକ୍ଷୀ’ଙ୍କ ସଂପର୍କରେ ଶିକ୍ଷା ପ୍ରଦାନ କରାଯାଇଥିଲା । ‘ଘରେ ଘରେ ଅରୁିମା’ କ୍ୟାଲେଣ୍ଡରରେ କୋଭିଡ୍‌-୧୯ ମହାମାରୀ ସମୟରେ ନିଜର ତଥା ଅନ୍ୟମାନଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେବା ସହ ହାତଧୁଆ ଅଭ୍ୟାସ, ମାସ୍କ ବ୍ୟବହାର, ସାମାଜିକ ଦୂରତା ରକ୍ଷା ଓ ଅନ୍ୟାନ୍ୟ ସୁଅଭ୍ୟାସ ସହ ଗଛ, ପତ୍ର, ଫୁଲ ଓ ଫଳ ସମ୍ବନ୍ଧୀୟ ଧାରା ପ୍ରଦାନ କରାଯାଇଛି । ବିଭିନ୍ନ ଗଛପତ୍ର, ଫୁଲଫଳ ଆଦି ସମ୍ବନ୍ଧରେ ଗୀତ, ଗପ, ଖେଳ, ଚିତ୍ର ଓ ଅଭିନୟ ଏବଂ ସଂଗୀତ ମାଧ୍ୟମରେ ଶିକ୍ଷା ଦାନ କଲେ ଏହା ବିଶେଷ କୌତୁହଳପ୍ରଦ ହେବ । ମାତାପିତା ଓ ଅଭିଭାବକମାନେ ଘରେ କିପରି ଉତ୍ତମ ଦାୟିତ୍ୱବୋଧତାର ସହିତ ଏକ ଆନନ୍ଦପୂର୍ଣ୍ଣ ବାତାବର ମଧ୍ୟରେ ଶିଶୁକୁ ଶିକ୍ଷା ପ୍ରଦାନ କରିପାରିବେ ତାହା ‘ଘରେ ଘରେ ଅରୁିମା’ କ୍ୟାଲେଣ୍ଡରରେ ପ୍ରଦତ୍ତ ହୋଇଛି । ଗତ ସେପେଫମ୍ବର ଶେଷ ସପ୍ତାହରେ ସମସ୍ତ ଆଇସିଡିଏସ୍‌ ପ୍ରକଳ୍ପକୁ ଏହି କ୍ୟାଲେଣ୍ଡର ପ୍ରେର କରାଯାଇଛି । ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ସମାଜମଙ୍ଗଳ ଅଧିକାରୀଙ୍କୁ ଏ ବାବଦରେ ପତ୍ର ଲେଖି ଅବଗତ କରାଯାଇଛି । ଯେଉଁ ମାତାପିତା/ଅଭିଭାବକମାନଙ୍କ ଆଣ୍ଡ୍ରଏଡ୍‌ ଫୋନ ଏବଂ ଇଣ୍ଟରନେଟ୍‌ ସୁବିଧା ଅଛି, ସେମାନଙ୍କୁ ହ୍ୱାଟସ୍‌ଆପ୍‌ ମାଧ୍ୟମରେ ‘ଘରେ ଘରେ ଅରୁିମା’ ଅକେଫାବର ମାସର କ୍ୟଲେଣ୍ଡର ପ୍ରେର କରାଯାଇଛି ଏବଂ ସେମାନଙ୍କୁ ୟୁଟୁ୍ୟବ୍‌ ଲିଙ୍କ୍‌ ପ୍ରଦାନ କରାଯାଇଛି । ଯେଉଁମାନଙ୍କ ଆଣ୍ଡ୍ରଏଡ୍‌ ଫୋନ୍‌ର ସୁବିଧା ନାହିଁ ସେମାନଙ୍କୁ ଏ-୩ କାଗଜରେ ଛପା ଯାଇଥିବା ଅରୁିମାର ରଙ୍ଗୀନ କ୍ୟାଲେଣ୍ଡର ଅଙ୍ଗନବାଡ଼ି କର୍ମୀମାନେ ଘରେ ପହଞ୍ଚି ପ୍ରଦାନ କରୁଛନ୍ତି । ପ୍ରତି ଜିଲ୍ଲାରେ ସମୁଦାୟ ପ୍ରାକ୍‌ ବିଦ୍ୟାଳୟ ପିଲାମାନଙ୍କ ମଧ୍ୟରୁ କେତେଜ ଅକେଫାବର ମାସର କ୍ୟାଲେଣ୍ଡର ପାଇଛନ୍ତି ସେ ସଂପର୍କରେ ଅକେଫାବର ୭ ତାରିଖ ସୁଦ୍ଧା ବିଭାଗକୁ ସାର୍ଟିଫିକେଟ୍‌ ପ୍ରଦାନ କରିବା ସହ ଅଙ୍ଗନବାଡ଼ି କର୍ମୀମାନେ ଘରେ ପହଞ୍ଚାଇଥିବାର ଫଟୋଚିତ୍ରକୁ ହ୍ୱାଟସ୍‌ଆପ୍‌ ମାଧ୍ୟମରେ ପଠାଇବାକୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଇତି ମଧ୍ୟରେ ରାଜ୍ୟର ସମସ୍ତ ଜିଲ୍ଲାରେ ପ୍ରାକ୍‌ ବିଦ୍ୟାଳୟ ଶିଶୁମାନେ ଏହି କ୍ୟାଲେଣ୍ଡର ପାଇଥିବା ରିପୋର୍ଟ ବିଭାଗର ହସ୍ତଗତ ହୋଇଛି । ଶିଶୁମାନେ ଏହି ନୂତନ କ୍ୟାଲେଣ୍ଡର ମାଧ୍ୟମରେ କିଭଳି ଶିକ୍ଷା ଲାଭ କରୁଛନ୍ତି ତା’ର ସୁନ୍ଦର ସୁନ୍ଦର ଚିତ୍ର ବିଭାଗକୁ ଆଇସିଡିଏସ୍‌ କାର୍ଯ୍ୟକର୍ତ୍ତାମାନେ ପ୍ରେରଣ କରିଛନ୍ତି । କୋଭିଡ୍‌-୧୯ ମହାମାରୀ ସମୟରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ବନ୍ଦ ଥିବାରୁ ‘ଘରେ ଘରେ ଅରୁଣିମା’ କ୍ୟାଲେଣ୍ଡର ଆବଣ୍ଟନ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ । ବିଭାଗର ଟେଲି ମନିଟରିଂ ଟିମ୍‌ ହିତାଧିକାରୀଙ୍କ ପରିବାର ସହ ଫୋନ କରି ଏହାର କାର୍ଯ୍ୟକାରିତା ତଦାରଖ କରୁଛନ୍ତି । କୋଭିଡ୍‌ ନିୟମାବଳୀର ଅନୁପାଳନପୂର୍ବକ ପ୍ରତ୍ୟେକ ପ୍ରାକ୍‌ ବିଦ୍ୟାଳୟ ଶିଶୁଙ୍କ ପାଖରେ ଏହି କ୍ୟାଲେଣ୍ଡର ପହଞ୍ଚାଇବାକୁ ବିଭାଗ ତରଫରୁ ସୁନିଶ୍ଚିତ କରାଯାଉଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!