ନୟାଗଡ଼, (ବାଘୁଆବାର୍ତ୍ତା): ଭାରତୀୟ ମଜଦୁର ସଂଘ ନୟାଗଡ଼ ଶାଖା ପକ୍ଷରୁ ବିଭିନ୍ନ ଦାବି ନେଇ ଆଜି ଶ୍ରମ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପଦର୍ଶନ କରାଯାଇଛି । ସଂଘ ସମ୍ପାଦକ ସୁକାନ୍ତ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଆଜି ବିକ୍ଷୋଭ କାର୍ଯ୍ୟକ୍ରମରେ ସଭାପତି ପ୍ରଭାତ କୁମାର ପରିଡ଼ା, କୋଷାଧ୍ୟକ୍ଷ ରାମଚନ୍ଦ୍ର ଭଟ୍ଟ, ମମତା ନାୟକ ପ୍ରମୂଖ ଯୋଗ ଦେଇଥିବା ବେଳେ ନିର୍ମାଣ ଶ୍ରମିକଙ୍କ ବିଭିନ୍ନ ସମସ୍ୟା ସଂମ୍ପର୍କୀତ ଏକ ଦାବି ପତ୍ର ଶ୍ରମ ଆୟୁକ୍ତଙ୍କୁ ପ୍ରଦାନ କରାଯାଇଛି ।






