Sunday, June 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଏସୀୟ ଚାମ୍ପିଅନ୍ସ ଟ୍ରଫି, ଓଡ଼ିଶାରୁ କେବଳ ଅମିତ

by ସଞ୍ଜୟ ସ୍ୱାଇଁ
August 29, 2024
in NATIONAL NEWS, Sports
ଏସୀୟ ଚାମ୍ପିଅନ୍ସ ଟ୍ରଫି, ଓଡ଼ିଶାରୁ କେବଳ ଅମିତ
43
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଚୀନର ହୁଲୁନବରଠାରେ ହେବାକୁ ଥିବା ଏସୀୟ ଚାମ୍ପିଅନ୍ସ ଟ୍ରଫି ପାଇଁ ହକି ଇଣ୍ଡିଆ ପକ୍ଷରୁ ୧୮ ଜଣିଆ ଭାରତୀୟ ଦଳର ଘୋଷଣା କରାଯାଇଛି। ଏହି ପ୍ରତିଯୋଗିତା ସେପ୍ଟେମ୍ବର ୮ରୁ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଭାରତ ବ୍ୟତୀତ କୋରିଆ, ମାଲେସିଆ, ପାକିସ୍ତାନ, ଜାପାନ ଏବଂ ଆୟୋଜକ ଚୀନ୍‌ ଏଥିରେ ଅଂଶଗ୍ରହଣ କରୁଛନ୍ତି। ହର୍ମନପ୍ରୀତ୍‌ ସିଂହଙ୍କ ନେତୃତ୍ବରେ ଘୋଷଣା ହୋଇଥିବା ଭାରତୀୟ ଦଳରେ ବିବେକ ସାଗର ପ୍ରସାଦଙ୍କୁ ଉପଅଧିନାୟକ ନିଯୁକ୍ତ କରାଯାଇଛି। ଗୋଲ୍‌କିପର ଭାବେ କ୍ରିଷ୍ଣନ ବାହାଦୁର ପାଠକ ଓ ସୂରଜ କେର୍କେରାଙ୍କୁ ସ୍ଥାନ ମିଳିଛି। ନିୟମିତ ଗୋଲରକ୍ଷକ ପିଆର୍‌ ଶ୍ରୀଜେଶ ଅବସର ନେଇସାରିଥିବାରୁ ପ୍ୟାରିସ୍‌ ଅଲିମ୍ପିକ୍ସ ପରେ ତାଙ୍କ ବିନା ଏହା ଭାରତର ପ୍ରଥମ ଆନ୍ତର୍ଜାତିକ ପ୍ରତିଯୋଗିତା ହେବାକୁ ଯାଉଛି। ଅଭିଜ୍ଞ ଓ ଯୁବ ଖେଳାଳିଙ୍କୁ ନେଇ ସନ୍ତୁଳିତ ଭାରତୀୟ ଦଳ ଗଠନ କରାଯାଇଛି। ପ୍ୟାରିସ୍‌ ଅଲିମ୍ପିକ୍ସ ଦଳରୁ ୧୦ ଜଣଙ୍କୁ ଏଥିରେ ନିଆଯାଇଥିଲା ବେଳେ ୫ଜଣ ଖେଳାଳି ହାର୍ଦିକ ସିଂହ, ମନଦୀପ ସିଂହ, ଲଳିତ ଉପାଧ୍ୟାୟ, ସମସେର ସିଂହ ଓ ଗୁରଜାନ୍ତ ସିଂହଙ୍କୁ ବିଶ୍ରାମ ଦିଆଯାଇଛି। ସେପ୍ଟେମ୍ବର ୮ ତାରିଖରେ ଭାରତ ପ୍ରଥମ ମ୍ୟାଚ୍‌ରେ ଚୀନ୍‌ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ। ପରେ ୯ ତାରିଖରେ ଜାପାନ, ୧୧ ତାରିଖରେ ମାଲେସିଆ, ୧୨ ତାରିଖରେ କୋରିଆ, ୧୪ ତାରିଖରେ ପାକିସ୍ତାନ ସହିତ ଲିଗ୍‌ ପର୍ଯ୍ୟାୟ ଖେଳିବ। ୧୬ ତାରିଖରେ ସେମିଫାଇନାଲ୍‌ ଓ ୧୭ ତାରିଖରେ ଫାଇନାଲ୍‌ ମ୍ୟାଚ୍‌ ଅନୁଷ୍ଠିତ ହେବ। ଭାରତୀୟ ଦଳ: ଗୋଲକିପର- କ୍ରିଷ୍ଣନ ବାହଦୁର ପାଠକ, ସୂରଜ କେର୍କେରା, ଡିଫେଣ୍ଡର- ଜର୍ମନପ୍ରୀତ୍‌ ସିଂହ, ଅମିତ ରୋହିଦାସ, ହର୍ମନପ୍ରୀତ୍‌ ସିଂହ, ଯୁଗରାଜ ସିଂହ, ସଂଜୟ, ସୁମିତ, ମିଡ୍‌ଫିଲ୍ଡର-ରାଜ କୁମାର ପାଲ୍‌, ନିଶିକାନ୍ତ ଶର୍ମା, ବିବେକ ସାଗର ପ୍ରସାଦ, ମନପ୍ରୀତ୍‌ ସିଂହ, ମହମ୍ମଦ ରାହିଲ ମୌସିନ, ଫରୱାର୍ଡ- ଅଭିଷେକ, ସୁଖଜୀତ ସିଂହ, ଅରିଜିତ ସିଂହ ହୁଣ୍ଡାଲ, ଉତ୍ତମ ସିଂହ, ଗୁରଜୋତ ସିଂହ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!