ଭୂବନେଶ୍ୱର,(ବାଘୁଆବାର୍ତ୍ତା): ଆଜି ରାଜ୍ୟରେ ନୂଆ ୨୯୯୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୪୦ ହଜାର ୯୯୮ ରେ ପଂହଚିଛି । ସେଥିମଧ୍ୟରେ ଅନୁଗୁଳ ୧୪୨, ବାଲେଶ୍ୱର ୧୨୧, ବରଗଡ଼ ୯୩, ଭଦ୍ରକ ୨୮, ବଲାଙ୍ଗିର ୯୪, ବୈାଦ୍ଧ ୩୧, କଟକ ୧୬୬, ଦେବଗଡ଼ ୨୦, ଢେଙ୍କାନାଳ ୬୮, ଗଜପତି ୭, ଗଂଜାମ ୪୭, ଜଗତସିଂହପୁର ୬୨, ଯାଜପୁର ୯୨, ଝାରସୁଗୁଡ଼ା ୬୪, କଳାହାଣ୍ଡି ୬୩, କନ୍ଧମାଳ ୪୩, କେନ୍ଦ୍ରାପଡ଼ା ୧୩୫, କେନ୍ଦୁଝର ୬୧, ଖୋର୍ଦ୍ଧା ୫୬୮, କୋରାପୁଟ ୪୩, ମାଲକାନଗିରି ୮୨, ମୟୁରଭଂଜ ୯୨, ନବରଂଗପୁର ୬୭, ନୟାଗଡ଼ ୪୪, ନୂଆପଡ଼ା ୭୪, ପୁରୀ ୧୪୫, ରାୟଗଡ଼ା ୧୭, ସମ୍ବଲପୁର ୧୩୮, ସୋନପୁର ୮୭, ସୁନ୍ଦରଗଡ଼ ୧୦୧ ଜଣ, ଅନ୍ୟାନ ୨୦୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୨୯୨୭୦ ଟି ମାମଲା ସକ୍ରିୟ ରହିଥିବା ୨୧୦୨୧୭ ଜଣ ସୁସ୍ଥ ହୋଇଥିବା ଜଣାଯାଇଛି । ନୟାଗଡ଼ ଜିଲ୍ଲାରେ ଆଜିର ଆକ୍ରାନ୍ତଙ୍କୁ ମିଶାଇ ମୋଟ ସଂଖ୍ୟା ୫୧୭୫ ବୋଲି ଜଣାଯାଇଛି ।






