Wednesday, June 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜମ୍ମୁ-କଶ୍ମୀର ନିର୍ବାଚନ, ଏନସି ୫୧ ଆସନ ଓ କଂଗ୍ରେସ ୩୨ ଆସନରେ ଦେବ ପ୍ରାର୍ଥୀ

by ସଞ୍ଜୟ ସ୍ୱାଇଁ
August 26, 2024
in NATIONAL NEWS, Politics
ଜମ୍ମୁ-କଶ୍ମୀର ନିର୍ବାଚନ,  ଏନସି ୫୧ ଆସନ ଓ  କଂଗ୍ରେସ ୩୨ ଆସନରେ ଦେବ ପ୍ରାର୍ଥୀ
142
VIEWS
Share on FacebookShare on Twitter

ଦିଲ୍ଲୀ, (ବାଘୁଆବାର୍ତ୍ତା): ପ୍ରାୟ ୧୦ ବର୍ଷ ପରେ ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହି କେନ୍ଦ୍ର ଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନରେ ଏକାଠି ଲଢ଼ିବାକୁ ଘୋଷଣା କରିଥିବା କଂଗ୍ରେସ ଓ ନ୍ୟାଶନାଲ କନଫରେନ୍ସ ମଧ୍ୟରେ ଆଜି ସିଟ୍‌ ଶେୟାରିଂ ଫର୍ମୁଲା ଚୂଡ଼ାନ୍ତ ହୋଇଛି। ଡିଲ୍‌ ଅନୁସାରେ ଜମ୍ମୁ-କଶ୍ମୀରର ୯୦ଟି ବିଧାନସଭା ଆସନରୁ ଉଭୟ ଦଳ ମିଳିତ ଭାବେ ୮୩ଟି ଆସନରେ ପ୍ରାର୍ଥୀ ଦେବେ। ଫାରୁକ ଅବଦୁଲ୍ଲାଙ୍କ ନ୍ୟାଶନାଲ କନଫରେନ୍ସ ୫୨ଟି ଆସନରେ ଓ କଂଗ୍ରେସ ୩୨ଟି ଆସନରେ ନିର୍ବାଚନ ଲଢ଼ିବ। ବାକି ୭ଟି ଆସନରୁ ଦୁଇ ଦଳ ୫ଟି ସ୍ଥାନରେ ଅତ୍ୟନ୍ତ ଶୃଙ୍ଖଳିତ ଓ ବନ୍ଧୁତାପୂର୍ଣ୍ଣ ଭାବେ ପରସ୍ପର ସହ ଲଢ଼ିବେ। କଂଗ୍ରେସ ଓ ନ୍ୟାଶନାଲ କନଫରେନ୍ସ ମେଣ୍ଟରେ ଥିବା ସିପିଆଇଏମ ଓ ପାନ୍ଥର୍ସ ପାର୍ଟି ପାଇଁ ଗୋଟିଏ ଲେଖାଏ ଆସନ ଛାଡ଼ିଛନ୍ତି। ସିଟ ଶେୟାରିଂ ଫର୍ମୁଲା ଚୂଡ଼ାନ୍ତ ହେବା ପରେ ଦୁଇ ଦଳ ପକ୍ଷରୁ ଗୋଟିଏ ମିଳିତ ବିବୃତି ଜାରି କରାଯାଇଛି। ସେହିପରି କଂଗ୍ରେସର ଜମ୍ମୁ-କଶ୍ମୀର ମୁଖ୍ୟ ତାରିକ ହମିଦ କରାର ମଧ୍ୟ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏନସି ବସ୍‌ ଫାରୁକ ଅବଦୁଲ୍ଲା କହିଛନ୍ତି, “ଏହା ଖୁସିର ମୁହୂର୍ତ୍ତ। ଜମ୍ମୁ-କଶ୍ମୀରରେ ଲୋକଙ୍କୁ ଭାଗଭାଗ କରିବାକୁ ଚେଷ୍ଟା କରୁଥିବା ଶକ୍ତି ବିରୋଧରେ ଆମେ ଏହି ଅଭିଯାନ ଆରମ୍ଭ କରିଥିଲୁ। ଇଣ୍ଡିଆ ମେଣ୍ଟ ଗଠନ ହୋଇଥିଲା। ଏହା ଦ୍ୱାରା ଆମେ ସାଂପ୍ରଦାୟିକ, ବିଭେଦ ଓ ଦେଶକୁ ଭାଙ୍ଗିବାକୁ ଚେଷ୍ଟା କରୁଥିବା ଶକ୍ତି ବିରୋଧରେ ଲଢ଼ି ପାରିବୁ। ଆଜି ଆମେ ବୁଝାମଣା ଓ ସମନ୍ୱୟ ବେଶ ଭଲ ପରିବେଶରେ ଶେଷ କରିଛୁ। କଂଗ୍ରେସ ଓ ନ୍ୟାଶନାଲ କନଫରେନ୍ସ ଏକାଠି ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି।” କଂଗ୍ରେସ ପକ୍ଷରୁ କେସି ଭେନୁଗୋପାଲ କହିଛନ୍ତି, “ଆମେ ଆମର ଆଲୋଚନା ଶେଷ କରିଛୁ ଓ ଗୋଟିଏ ଫର୍ମୁଲାରେ ପହଞ୍ଚିଛୁ। ଆମେ ଏକାଠି ଲଢ଼ିବୁ ଓ ଆମେ ଜମ୍ମୁ-କଶ୍ମୀରରେ ନିର୍ବାଚନ ଜିତିବୁ। କଂଗ୍ରେସ ଓ ନ୍ୟାଶନାଲ କନଫରେନ୍ସ ଜମ୍ମୁ-କଶ୍ମୀରରେ ପରବର୍ତ୍ତୀ ସରକାର ଗଠନ କରିବାକୁ ଯାଉଛନ୍ତି। ବିଜେପି ଜମ୍ମୁ-କଶ୍ମୀରର ଆତ୍ମାକୁ ଧ୍ୱଂସ କରିବାକୁ କରୁଥିବା ପ୍ରୟାସରେ ରୋକ ଲାଗିବ।” ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ପାଇଁ ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ମୋଟ ୯୦ଟି ଆସନରେ ଭୋଟିଂ ହେବ। ସେପ୍ଟେମ୍ବର ୧୮ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବାକୁ ଥିବା ବେଳେ, ୨୫ରେ ଦ୍ୱିତୀୟ ଓ ଅକ୍ଟୋବାର ୧ ତାରିଖରେ ତୃତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେବ। ପ୍ରଥମ ପର୍ଯ୍ୟାୟ ପାଇଁ ନାମାଙ୍କନ ଦାଖଲ ଶେଷ ତାରିଖ ଅଗଷ୍ଟ ୨୭ ରହିଛି। ଅକ୍ଟୋବର ୪ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!