
ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ବନଖଣ୍ଡ ଡିଭିଜନ ଏବଂ ମହାନଦୀ ବନ୍ୟପ୍ରାଣୀ ଡିଭିଜନ୍ ମିଳିତ ଆନୁକୁଲ୍ୟରେ ଆଜି ୬୬ ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଯାଇଛି । ଏହି ଅବରସରେ ଆୟୋଜିତ ସଚେତନତା ସାଇକେଲ ଶୋଭାଯାତ୍ରାକୁ ଜିଲ୍ଲାପାଳ ଡ. ପୋମା ଟୁଡୁ ଉଦ୍ଘାଟନ କରି କିଭଳି ବନ୍ୟପ୍ରାଣୀଙ୍କ ସୁରକ୍ଷା କରାଯିବ ସେ ନେଇ ବକ୍ତବ୍ୟ ରଖଥିଲେ । ଅନ୍ୟତମ ଅତିଥି ଭାବେ ଆରକ୍ଷୀ ପ୍ରତ୍ୟୁଷ ଦିୱାକର, ଉପଜିଲ୍ଲାପାଳ ଲଗ୍ନଜିତ ରାଉତ, ପ୍ରକଳ୍ପ ନିର୍ଦ୍ଦେଶକ ସୁବାଷ ଚନ୍ଦ୍ର ରାୟ, ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ ପ୍ରମୂଖ ଯୋଗ ଦେଇଥିଲେ । ନୟାଗଡ଼ ପୁରୁଣା ବସଷ୍ଟାଣ୍ଡଠାରୁ ପିଟିଏସ୍ ରୋଡ଼ ଦେଇ ଡିଆର୍ଡିଏ, ଜଗନ୍ନାଥ ମନ୍ଦିର ହୋଇ ଏହି ଶୋଭାଯାତ୍ରା ପୁଣି ଥରେ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଂଚିଥିଲା । ଏହି ସାଇକେଲ ଶୋଭାଯାତ୍ରକୁ ବନଖଣ୍ଡ ଅଧିକାରୀ ଧନରାଜ୍ ଏଚ୍ଡି, ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ହର୍ଷବର୍ଦ୍ଧନ ଉଦଗାତା ପରିଚାଳନା କରିଥିଲେ । ସାଇକେଲ ଶୋଭାଯାତ୍ରାରେ ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ଏଚ୍.ଡି, ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀଯୁକ୍ତ ରାୟ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରାୟ ସମେତ ଅତିରିକ୍ତ ବନଖଣ୍ଡ ଅଧିକାରୀ ଅରବିନ୍ଦ ମହାନ୍ତି, ପୂର୍ବତନ ନଗରପାଳ ଗୁରୁପ୍ରସାଦ ଜେନା, ସାମ୍ବାଦିକ ରାମକୃଷ୍ଣ ରଥଙ୍କ ସମେତ ଅନେକ ବନକର୍ମଚାରୀ, ପ୍ରାଣୀପ୍ରେମୀ ଯୋଗ ଦେଇଥିଲେ । ଏହି ଶୋଭାଯାତ୍ରାରେ କରୋନାରୁ ସୁସ୍ଥ ହେଉଥିବା ବ୍ୟକ୍ତି ପ୍ଲାଜାମା ଦାନ କରିବାକୁ ସଚେତନ କରାଯାଇଥିଲା ।







