ଭୁବନେଶ୍ବର, (ବାଘୁଆବାର୍ତ୍ତା): ସାଲିଆସାହିରେ ଦେଶୀ ମଦ ଆଡ୍ଡାରେ ଚଢ଼ାଉ। ଜବତ ହେଲା ଶହ ଶହ ଲିଟର ଦେଶୀମଦ। ରନ୍ଧା ମଦ, ପୋଚ ତିଆରି ହେଉଥିବା ଖବର ପାଇବା ପରେ ଆଜି ସକାଳୁ ଭୁବନେଶ୍ୱର ଅବକାରୀ ଟିମ ପକ୍ଷରୁ ରେଡ଼ କରାଯାଇଥିଲା। ଅବକାରୀ କମିଶନର ନରସିଂହ ଭୋଳଙ୍କ ନିର୍ଦ୍ଦେଶକ୍ରମେ ଚଢାଉକୁ ବ୍ୟାପକ କରାଯାଇଥିଲା । ସାଲିଆସାହିର ପ୍ରତ୍ୟେକ ଘରେ ମଦ ପ୍ରସ୍ତୁତ ହେଉଥିବା ଦେଖିବାକୁ ପାଇଥିଲା ଅବକାରୀ ବିଭାଗ। ଘର ଭିତରେ ସୁଡଙ୍ଗ କରି ତିଆରି ହେଉଥିଲା ମଦ। ଦୁଇଦିନ ତଳେ କମିଶନରେଟ ପୁଲିସ ପକ୍ଷରୁ ମଧ୍ୟ ଚଢ଼ାଉ କରାଯାଇଥିଲା । ଚଢ଼ାଉ ବେଳେ ମଧ୍ୟ ହଜାର ହଜାର ଲିଟର ଦେଶୀ ମଦ ଜବତ କରାଯାଇଥିଲା । ଏଠାରେ ପ୍ରଶ୍ନ ଉଠୁଛି ପୋଲିସ ଓ ଅବକାରୀ ବିଭାଗ ବାରମ୍ବାର ଚଢ଼ାଉ କରୁଥିଲେ ସୁଦ୍ଧା ଏତେ ପରିମାଣର ମଦ କିପରି ପ୍ରସ୍ତୁତ ହେଉଛି ?





