Sunday, November 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦୁଇ ଝିଅଙ୍କ ତଣ୍ଟି କାଟି ଦେଲା ସାବତ ବାପା

by ସଞ୍ଜୟ ସ୍ୱାଇଁ
August 25, 2024
in Crime, NATIONAL NEWS
ଦୁଇ ଝିଅଙ୍କ ତଣ୍ଟି କାଟି ଦେଲା ସାବତ ବାପା
40
VIEWS
Share on FacebookShare on Twitter

ବେଙ୍ଗାଲୁରୁ, (ବାଘୁଆବାର୍ତ୍ତା): ଘର ଭିତରେ ଜଘନ୍ୟକାଣ୍ଡ ଘଟାଇଛି ଜଣେ ସାବତ ବାପା। ସେ ତା’ର ୨ ଝିଅଙ୍କ ତଣ୍ଟି କାଟି ହତ୍ୟା କରିଛି। ଦୁଇ ଝିଅଙ୍କୁ ହତ୍ୟା କରିବା ପରେ ସାବତ ବାପା ମୋହନ ଫେରାର ହୋଇଯାଇଛି। ବେଙ୍ଗାଲୁରୁ ପୁଲିସ୍‌ ଘର ଭିତରୁ ୧୪ ବର୍ଷୀୟ ସୃଷ୍ଟି ଓ ୧୬ ବର୍ଷୀୟ ସୋନିଙ୍କ ରକ୍ତାକ୍ତ ମୃତଦେହଙ୍କୁ ଉଦ୍ଧାର କରିଛି। ଦୁଇ ଭଉଣୀଙ୍କ ମା’ ଅନୀତା ୩ ବର୍ଷ ତଳେ ମୋହନଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ହେଲେ ଅନୀତା ଓ ମୋହନଙ୍କ ମଧ୍ୟରେ ବିଭିନ୍ନ କାରଣରୁ ନିୟମିତ ଝଗଡ଼ା ହେଉଥିଲା। ମୋହନ ଜଣେ କ୍ରୋଧ ପ୍ରବୃତିର ବ୍ୟକ୍ତି। ସେ ଛୋଟ ଛୋଟ କଥାରେ ରାଗି ଯାଆନ୍ତି। ଉତ୍ତର ପୂର୍ବ ଡିସିପି ସଜୀତ ଭିଜେ କହିଛନ୍ତି ଯେ ସିସିଟିଭି ଫୁଟେଜରୁ ସ୍ପଷ୍ଟ ହୋଇଛି ଯେ ମୋହନ ଏକମାତ୍ର ବ୍ୟକ୍ତି ଭାବେ ଘର ଭିତରକୁ ଯାଉଛି ଓ ଘର ଭିତରୁ ବାହାରୁଛି। ତେଣୁ ସେ ହିଁ ମୁଖ୍ୟ ଅଭିଯୁକ୍ତ। ଅନୀତା ଅଭିଯୋଗ କରିଛନ୍ତି ଦୁଇ ଝିଅ ସେମାନଙ୍କ ସ୍କୁଲର ପୁଅମାନଙ୍କ ସହ କଥା ହେଉଥିବାରୁ ମୋହନ ଏହାକୁ ଘୋର ବିରୋଧ କରୁଥିଲେ। ସେମାନେ ସ୍କୁଲରେ ପୁଅମାନଙ୍କ ପାଖରେ ବସନ୍ତୁ ବୋଲି ମଧ୍ୟ ମୋହନ ଚାହୁଁ ନଥିଲେ। ଏହାକୁ ନେଇ ସେ ସବୁବେଳେ ଝିଅମାନଙ୍କୁ ବିଭିନ୍ନ ପ୍ରକାରର କଥା କହୁଥିଲେ ବୋଲି ଅନୀତା କହିଛନ୍ତି। ସେ କହିଛନ୍ତି, “ମୁଁ ଘର ଭିତରେ ପ୍ରବେଶ କରିବା ବେଳକୁ ପୂରା ରକ୍ତର ସୁଅ ଛୁଟିଥିଲା। ମୋ ଦୁଇ ଝିଅ ତଳେ ପଡ଼ି ରହିଥିଲେ। ସେମାନଙ୍କ ତଣ୍ଟି କଟା ଯାଇଥିଲା। ମୋହନ ସବୁବେଳେ ଦୁଇ ପିଲାଙ୍କ ଉପରେ ରାଗୁ ଥିଲେ। ସେମାନେ ପୁଅ ପିଲାଙ୍କ ସହ ମିଶୁ ଥିବାରୁ ଏହାକୁ ସେ ପସନ୍ଦ କରୁ ନଥିଲେ। ତଥାପି ମୁଁ ତାଙ୍କୁ ବୁଝାଇଥିଲି। ତମେ ଯଦି ମହିଳାମାନଙ୍କ ସହ କଥା ହୋଇପାରୁଛି, ତା’ହେଲେ ସେମାନେ କାହିଁକି କଥା ହୋଇପାରିବେ ନାହିଁ? ଛୋଟ ପିଲା ସ୍କୁଲର ସାଙ୍ଗ ମାନଙ୍କ ସହ କଥା ହେଲେ ଅସୁବିଧା କ’ଣ? ତଥାପି ସେ ଦୁଇ ଝିଅଙ୍କୁ ଅଲଗା ନଜରରେ ଦେଖୁଥିଲେ ଓ ସେମାନେ ପୁଅ ପିଲାଙ୍କ ଠାରୁ ଦୂରେଇ ରୁହନ୍ତୁ ବୋଲି ଚାହୁଁଥିଲେ।” ଅନୀତାଙ୍କ ପ୍ରକୃତ ଘର ଉତ୍ତର ପ୍ରଦେଶର ଗୋରଖପୁରରେ। ୧୦ ବର୍ଷ ତଳେ ପ୍ରଥମ ସ୍ୱାମୀଙ୍କ ଠାରୁ ତାଙ୍କର ଛାଡ଼ପତ୍ର ହୋଇଥିଲା। ଛାଡ଼ପତ୍ର ପରେ ଦୁଇ ଝିଅ ଅନୀତାଙ୍କ ସହ ରହିଥିଲେ। ସେମାନଙ୍କ ବାପା ଦୁବାଇରେ ରୁହନ୍ତି। ଅନୀତା ୩ ବର୍ଷ ହେଲା ବେଙ୍ଗାଲୁରୁରେ ରହୁଥିଲେ। ଏହି ସମୟରେ ତାଙ୍କର ମୋହନଙ୍କ ସହ ଶାଦି.କମରେ ଦେଖା ହୋଇଥିଲା। ଏହାପରେ ଉଭୟ ବିବାହ କରିଥିଲେ। ବାହାଘର ପରେ ୨ ଝିଅଙ୍କ ସହ ମୋହନ ଏକାଠି ରହିବା ଆରମ୍ଭ କରିଥିଲେ। ହେଲେ ଏବେ ସେ ନିଜର ଦୁଇ ସାବତ ଝିଅଙ୍କୁ ଗଳା କାଟି ହତ୍ୟା କରିଛନ୍ତି। ଘଟଣା ପରେ ଫେରାର ହୋଇଯାଇଥିବା ମୋହନଙ୍କୁ ଧରିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!