ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ସହର ସ୍ଥିତ ହାଉସିଂବୋର୍ଡ଼ଠାରେ ଦୀର୍ଘଦିନ ହେବ ନିର୍ମାଣଧିନ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ନୂତନ ଗୃହ କାର୍ଯ୍ୟ ସଂମ୍ପୂର୍ଣ୍ଣ ହୋଇଥିବା ବେଳେ ଏହା ଆସନ୍ତା ୮ ତାରିଖରେ ଉଦ୍ଘାଟନ ହେବ ବୋଲି ଜଣାଯାଇଛି । ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭିସି ଦ୍ୱାରା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରୀୱାଲ୍, କେନ୍ଦ୍ର ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ସଂଜୟ ଧୋତ୍ରେ ଯୋଗ ଦେବାକୁ ଥିବା ବେଳେ ବିଶିଷ୍ଟ ଅତିଥି ଭାବେ ରାଜ୍ୟ କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, ସାଂସଦ ପୀନାକି ମିଶ୍ର, କେନ୍ଦ୍ର ସରକାରଙ୍କ ବିଦ୍ୟାଳୟ, ଶିକ୍ଷା ଓ ସାକ୍ଷରତା ବିଭାଗ ସଚିବ ଅନୀତା କରୱାଲ୍ ଏବଂ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ସଚିବ ନିଧି ପାଣ୍ଡେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।






