ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ ନାବାଳିକା ବିବାହ ଏକ ବ୍ୟାଧିରେ ପରିଣତ ହୋଇଛି । କିଛିଦିନ ତଳେ ଜଣେ ୧୫ ବର୍ଷିୟା ନାବାଳିକାକୁ ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଟାକେରା ଗ୍ରାମର ଡ୍ରାଇଭର କାମ କରୁଥିବା ଦୁଷ୍ମନ୍ତ ନାୟକ ନେଇ ଯାଇ ନିଜ ଘରେ ରଖିଥିଲା । ବିବାହ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଆଜି ୧୦୯୮କୁ ଫୋନ ଆସିବାରୁ ଚାଇଲ୍ଡ ଲାଇନ ସଦସ୍ୟ ଚନ୍ଦ୍ର ଶେଖର ବେହେରା, ସୁଜାତା ବେହେରା, ଆସିଡିଏସ୍ ସୁପର ଭାଇଜର ଦଶପଲ୍ଲା ଏବଂ ପୁଲିସ ମିଳିତ ଭାବେ ଟାକେରା ଗ୍ରାମକୁ ଯାଇ ନାବାଳିକାକୁ ଉଦ୍ଧାର କରିଥିବା ଜଣାଯାଇଛି । ଝିଅଟିକୁ ପରିବାର ଲୋକେ ଘରକୁ ନେବାକୁ ଅମଙ୍ଗ ହେବାରୁ ସିଡବ୍ଲ୍ୟୁସିରେ ହାଜର କରାଯାଇ ତପସ୍ୟାରେ ରଖା ଯାଇଥିବା ସୂଚନା ମିଳିଛି ।






