Friday, June 5, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜାଗାବାଡ଼ିକୁ କେନ୍ଦ୍ର କରି ବଡ଼ଭାଇକୁ ଆକ୍ରମଣ, ସାନଭାଇ ଗିରଫ

by Anil Panda
October 5, 2020
in Nayagarh
ଜାଗାବାଡ଼ିକୁ କେନ୍ଦ୍ର କରି ବଡ଼ଭାଇକୁ ଆକ୍ରମଣ, ସାନଭାଇ ଗିରଫ
1k
VIEWS
Share on FacebookShare on Twitter

ଖଣ୍ଡପଡ଼ା, (ବାଘୁଆବାର୍ତ୍ତା): ଖଣ୍ଡପଡ଼ା ଥାନା ଅଧିନ ଖଳିସାହି ପଂଚାୟତର ଇଚ୍ଛାପୁର ଗ୍ରାମରେ ଜାଗାବାଡ଼ିକୁ କେନ୍ଦ୍ରକରି ରବିବାର ଦିନ ୨ଭାଇଙ୍କ ମଧ୍ୟରେ ଗଣ୍ଡଗୋଳର ସୁତ୍ରପାତ ହୋଇଥିଲା । ବାସଗୃହ ନିର୍ମାଣ ନିମନ୍ତେ ନିଅଁ ଖୋଳା ଯାଉଥିବା ବେଳେ ବ୍ରଜକିଶୋର ପଣ୍ଡାଙ୍କ ସହ ତାଙ୍କ ସାନଭାଇ ରାଜକିଶୋର ପଣ୍ଡା ଓ ପୁଅ ତୋଫାନ ପ୍ରଥମେ ପାଟିତୁଣ୍ଡ କରିଥିଲେ । ପରବର୍ତୀ ସମୟରେ ଏହି ଘଟଣାକୁ କେନ୍ଦ୍ର କରି ମାଡପିଟ ପର୍ଯ୍ୟନ୍ତ କଥା ଯାଇଥିଲା । ରାଜକିଶୋର ଓ ତାଙ୍କ ପତ୍ନୀ ଶିଶୁଳା ପଣ୍ଡା, ପୁଅ ତୋଫାନ ମିଳିତ ହୋଇ ଏକ ଧାରୁଆ ଅସ୍ତ୍ର ସହାୟତାରେ ବ୍ରଜକିଶୋରକୁ ମରଣାନ୍ତକ ଆକ୍ରମଣ କରିବାରୁ ସେ ଗୁରୁତର ଆହତ ହୋଇଥିଲେ । ବାପାଙ୍କୁ ସେମାନଙ୍କ କବଳରୁ ରକ୍ଷା କରିବାକୁ ଯାଇ ବ୍ରଜକିଶୋରଙ୍କ ପୁଅ ମଧ୍ୟ ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ ହୋଇଛି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ଥାନୀୟ ବାସିନ୍ଦା ଘଟଣାସ୍ଥଳରୁ ବାପ ଓ ପୁଅଙ୍କୁ ଉଦ୍ଧାର କରି ଆଶୁଚିକିତ୍ସା ନିମନ୍ତେ ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତୀ କରିଥିଲେ । ଏବେ ସେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ବ୍ରଜକିଶୋରଙ୍କ ପତ୍ନୀ କଳ୍ପନା ପଣ୍ଡା ଖଣ୍ଡପଡ଼ା ଥାନାରେ ଲିଖିତ ଅଭିଯୋଗ କରିବାରେ ପୁଲିସ ରାଜକିଶୋରକୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଥିବା ବେଳେ ରାଜ କିଶୋରଙ୍କ ପତ୍ନୀ ଓ ପୁଅ ନାମରେ ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଥିବା ଜଣାଯାଇଛି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!