Sunday, June 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଓଡ଼ିଶାର ଚେସ୍‌ ରାଣୀ ପଦ୍ମିନୀ ରାଉତଙ୍କୁ ସ୍ବିସ୍‌ କ୍ବିନ୍ସ ମୁକୁଟ

by ସଞ୍ଜୟ ସ୍ୱାଇଁ
August 24, 2024
in Sports, State
ଓଡ଼ିଶାର ଚେସ୍‌ ରାଣୀ ପଦ୍ମିନୀ ରାଉତଙ୍କୁ ସ୍ବିସ୍‌ କ୍ବିନ୍ସ ମୁକୁଟ
79
VIEWS
Share on FacebookShare on Twitter

ଭୁବନେଶ୍ବର‌, (ବାଘୁଆବାର୍ତ୍ତା): ଓଡ଼ିଶାର ଚେସ୍‌ ରାଣୀ ଆନ୍ତର୍ଜାତିକ ମାଷ୍ଟର ପଦ୍ମିନୀ ରାଉତ ବୁଧବାର ୩୦ତମ ସ୍ବିସ୍‌ କ୍ବିନ୍ସ ଅନ୍‌ଲାଇନ୍‌ ବ୍ଲିଜ୍‌ ପ୍ରତିଯୋଗିତାର ବିଜେତା ହୋଇଛନ୍ତି। ମୋଟ୍‌ ୧୧ ରାଉଣ୍ଡରୁ ପଦ୍ମିନୀ ୯ ପଏଣ୍ଟ ସ୍କୋର କରି ବେଲାରୁଷର ଓଲଗା ‌ବାଦେଲ୍‌କାଙ୍କ ସହ ଯୁଗ୍ମ ପ୍ରଥମ ସ୍ଥାନରେ ରହିଥିଲେ। କିନ୍ତୁ ଟାଇବ୍ରେକର୍‌ରେ ପଦ୍ମିନୀ ବିଜେତା ଘୋଷିତ ହୋଇଥିଲେ। ପଦ୍ମିନୀ ୯ ମ୍ୟାଚ୍‌ ଜିତିଥିଲା ବେଳେ ଦୁଇଟିରେ ପରାଜିତ ହୋଇଥିଲେ। ଆଜରବାଇଜାନ୍‌ର ସାଦତ ବସିର୍ଲି, ମମାଡୋଭା, ଫ୍ରାନ୍ସର ସେସିଲେ ହାଉସେର୍ନୋଟ୍‌, ଭାରତର ଭୋନ୍ତି ତ୍ରିପୁରାମ୍ବିକା, ଜର୍ଜିଆର ମେରି ଅରାବିଦ୍‌ଜେ, ପୋଲାଣ୍ଡର ଆଲେକଜାଣ୍ଡ୍ରା ମା‌ଲ୍‌‌ତସେଭ୍‌ସକ୍ୟ, ରୁଷିଆର ଆନାସ୍ତାସିଆ ବୋଦ୍‌ନାରୁକ୍‌, ୟୁକ୍ରେନ୍‌ର ଇଭ୍‌ଜେନିଆ ଦେଲଉହାନୋଭା, ଭିଏତ୍‌ନାମ୍‌ର ହୋଆଙ୍ଗ ବାଓ ଆଲ୍‌ ତ୍ରାନ୍‌ଙ୍କୁ ପଦ୍ମିନୀ ହରାଇଥିଲା ବେଳେ ଭାରତର ସବିତା ଶ୍ରୀ ବି ଓ ବେଲାରୁଷର ଓଲ୍‌ଗା ବାଦେଲ୍‌କାଙ୍କଠୁ ସେ ପରାଜିତ ହୋଇଥିଲେ। ଏଥିସହ ପଦ୍ମିନୀ ବିବାହପରେ ପ୍ରଥମ ବଡ ପ୍ରତିଯୋଗିତା ଜିତି ଆତ୍ମବିଶ୍ବାସ ଫେରିପାଇଛନ୍ତି। ଆଗକୁ ତାମିଲନାଡୁରେ ଅକ୍ଟୋବର ୩ରୁ ୧୩ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଜାତୀୟ ମହିଳା ଚେସ୍‌ ଚାମ୍ପିଅନ୍‌ସିପ୍‌ ଉପରେ ପଦ୍ମିନୀଙ୍କ ନଜର ରହିଛି।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!