Sunday, November 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଚାଷୀଙ୍କଠୁ ଲାଞ୍ଚ ନେବା ଘଟଣା, ଡାଟାଏଣ୍ଟ୍ରି ଅପରେଟର ବିଶ୍ଵଜିତ ସାହୁ ନିଲମ୍ବିତ

by ସଞ୍ଜୟ ସ୍ୱାଇଁ
August 23, 2024
in Crime, State
ଚାଷୀଙ୍କଠୁ ଲାଞ୍ଚ ନେବା ଘଟଣା, ଡାଟାଏଣ୍ଟ୍ରି ଅପରେଟର ବିଶ୍ଵଜିତ ସାହୁ ନିଲମ୍ବିତ
182
VIEWS
Share on FacebookShare on Twitter

ବଲାଙ୍ଗୀର, (ବାଘୁଆବାର୍ତ୍ତା): ନନ୍ଦିଘୋଷ ଟିଭିର ମହାପ୍ରଭାବ । ଟିଟିଲାଗଡ଼ ବିଜେପୁର ପାକ୍ସରେ ଚାଷୀଙ୍କଠାରୁ ୧୦୦ ଟଙ୍କା ଲେଖାଏଁ ଲାଞ୍ଚ ନେବା ଘଟଣାରେ କାର୍ୟ୍ୟାମନୁଷ୍ଠାନ ହୋଇଛି । ଡାଟାଏଣ୍ଟ୍ରି ଅପରେଟର ବିଶ୍ଵଜିତ ସାହୁଙ୍କୁ ନିଲମ୍ବିତ କରାଯାଇଛି । ପାକ୍ସ ସମ୍ପାଦକ ବିଘ୍ନେଶ୍ବର ଭୋଇଙ୍କ ବିରୋଧରେ ମଧ୍ୟ କାରୟା୍ ନୁଷ୍ଠାନ ଗ୍ରହଣ କରାଯାଇଛି । ସମ୍ପାଦକଙ୍କ ଗୋଟିଏ ମାସର ଦରମାକୁ ବନ୍ଦ କରାଯାଇଛି । ମଣ୍ଡିରେ ଧାନ ବିକିବା ପାଇଁ ରେଜିଷ୍ଟ୍ରେସନ କରିବାକୁ ବିଜେପୁର ପାକ୍ସରେ ଚାଷୀଙ୍କଠୁ ୧୦୦ ଟଙ୍କା ଲାଞ୍ଚ ନେଆଯାଉଥିବା ଅଭିଯୋଗ ହୋଇଥିଲା । ଧାନ ବିକିବାକୁ ରେଜିଷ୍ଟ୍ରେସନ ଆଳରେ ଚାଷୀଙ୍କଠୁ ଲୁଟ୍ ହେଉଥିଲା । ଯାହାର ପ୍ରମାଣ ଲାଗିଥିଲା ନନ୍ଦିଘୋଷ ଟିଭି ହାତରେ । ଲାଞ୍ଚ କାରବାରର ଅଡିଓ ଭାଇରାଲ ସହ ଫୋନ ପେରେ ବି ଟଙ୍କା ନିଆଯାଉଥିବା ଖବର ପ୍ରସାରଣ କରିଥିଲା ନନ୍ଦିଘୋଷ ଟିଭି । ପରେ ଡିଆରସିଏସଙ୍କ ନିର୍ଦ୍ଦେଶରେ ଏଆରସିଏସ ତଦନ୍ତ କରିଥିଲେ ମଧ୍ୟ ଘଟଣାକୁ ଚପାଇବାକୁ ସେ ଉଦ୍ୟମ କରିଥିଲେ । ଏନେଇ ଚାଷୀଙ୍କ ଅଭିଯୋଗ ପରେ ନିଜେ ଡିଆରସିଏସ ତଦନ୍ତ କରି ସତ ସାମ୍ନାକୁ ଆଣିଥିଲେ । ଅଭିଯୋଗକାରୀ ଏବଂ ଚାଷୀଙ୍କ ସହ ସଂପୃକ୍ତ ପାକ୍ସର ଡାଟାଏଣ୍ଟ୍ରି ଅପରେଟର ଓ ସଂପାଦକଙ୍କୁ ପଚରାଉଚରା ପରେ ଟଙ୍କା ନେବାକଥା ସ୍ବୀକାର କରିଥିଲେ ଡାଟାଏଣ୍ଟ୍ରି ଅପରେଟର ବିଶ୍ଵଜିତ ସାହୁ । ଚାଷୀଙ୍କଠୁ ଲୁଟିଥିବା ଟଙ୍କା ତୁରନ୍ତ ଫେରାଇବାକୁ ସଂପାଦକଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!