Sunday, June 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୨୪ ବର୍ଷ ବୟସରେ ଟେବୁଲ ଟେନିସ ଛାଡ଼ି ଦେଲେ ଅର୍ଚ୍ଚନା

by ସଞ୍ଜୟ ସ୍ୱାଇଁ
August 23, 2024
in NATIONAL NEWS, Sports
୨୪ ବର୍ଷ ବୟସରେ ଟେବୁଲ ଟେନିସ ଛାଡ଼ି ଦେଲେ ଅର୍ଚ୍ଚନା
33
VIEWS
Share on FacebookShare on Twitter

ଦିଲ୍ଲୀ, (ବାଘୁଆବାର୍ତ୍ତା): ପ୍ୟାରିସ ଅଲିମ୍ପିକ୍ସରେ ଭାରତର ମହିଳା ଟେବୁଲ ଟେନିସ ଟିମ ଇତିହାସ ରଚିଥିଲା। ଦଳ ପ୍ରଥମଥର ପାଇଁ କ୍ୱାର୍ଟର ଫାଇନାଲରେ ପହଞ୍ଚିଥିଲା। ତେବେ କ୍ୱାର୍ଟର ଫାଇନାଲରେ ଦଳ ଜର୍ମାନୀ ଠାରୁ ହାରି ବିଦାୟ ନେଇଥିଲା। କ୍ୱାର୍ଟର ଫାଇନାଲ ମ୍ୟାଚରେ ଭାରତ ପକ୍ଷରୁ କେବଳ ୨୪ ବର୍ଷୀୟ ଅର୍ଚ୍ଚନା କାମଥ ଗୋଟିଏ ଗେମ ଜିତିବାକୁ ସକ୍ଷମ ହୋଇଥିଲେ। ଭାରତ ଉକ୍ତ ମ୍ୟାଚ୍‌କୁ ୧-୩ରେ ହାରିଥିଲା। ତଥାପି କ୍ୱାର୍ଟର ଫାଇନାଲରେ ଦଳ ପହଞ୍ଚିବା ଭାରତ ଇତିହାସରେ ପ୍ରଥମ ଘଟଣା ଥିଲା। ୨୦୨୮ ଲସ ଏଞ୍ଜେଲସରେ ମଧ୍ୟ ଭାରତର ପଦକ ଜିତିବା ସମ୍ଭାବନାର କ୍ଷୀଣ ଥିବାରୁ ଅର୍ଚ୍ଚନା ଟେବୁଲ ଟେନିସକୁ ଅଲବିଦା କହିଛନ୍ତି। ସେ ଟିଟିକୁ ବାଏବାଏ କହିବା ସହ ବିଦେଶରେ ପାଠପଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ୟାରିସଲ ଅଲିମ୍ପିକ୍ସରୁ ଫେରିବା ପରେ ଅର୍ଚ୍ଚନା ତାଙ୍କ କୋଚ୍ ଅଂଶୁଲ ଗର୍ଗଙ୍କ ସହ ମେଡାଲ ଜିତିବା ସମ୍ଭାବନା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଯଦି ପଦକ ଜିତିବା ସମ୍ଭାବନା ନାହିଁ, ତା’ହେଲେ ସେ ବିଦେଶରେ ପାଠ ପଢ଼ିବାକୁ ଯିବାକୁ ଚାହୁଁଥିବା କୋଚଙ୍କୁ କହିଥିଲେ। କୋଚ୍ ତାଙ୍କର ଏପରି କଥା ଶୁଣି ଉଯଯୁକ୍ତ ତଥା ଯର୍ଥାର୍ଥ ଜବାବ ଦେଇଥିଲେ। ଗର୍ଗ କହିଛନ୍ତି, “ମୁଁ ତାଙ୍କୁ କହିଥିଲି ଯେ ପଦକ ଜିତିବା ସମ୍ଭାବନା ବହୁତ କମ। ଏଥିପାଇଁ ଅତ୍ୟନ୍ତ କଠିନ ପରିଶ୍ରମର ଆବଶ୍ୟକ ରହିଛି। ସେ ଶ୍ରେଷ୍ଠ ୧୦୦ ଜଣଙ୍କ ମଧ୍ୟରେ ବି ନାହାନ୍ତି। କିନ୍ତୁ କିଛି ମାସ ହେଲେ ତାଙ୍କ ଖେଳରେ ଉନ୍ନତି ଆସିଛି। ହେଲେ ସେ ବିଦେଶ ଯିବାକୁ ମାନସିକ ସ୍ତରରେ ପ୍ରସ୍ତୁତ ହୋଇ ସାରିଥିଲେ। ଥରେ ସେ ନିଷ୍ପତ୍ତି ନେଇ ସାରିଥିବାରୁ, ଏହାକୁ ବଦଳାଇବା ବେଶ କଷ୍ଟକର।” ପ୍ୟାରିସ ଅଲିମ୍ପିକ୍ସ ପୂର୍ବରୁ ଅର୍ଚ୍ଚନାଙ୍କ ଚୟନକୁ ନେଇ ବିବାଦ ଦେଖାଯାଇଥିଲା। ବିଶ୍ୱର ୧ ନଂ ଖେଳାଳି ସନ ୟିଙ୍ଗଶାଙ୍କୁ ହରାଇଥିବା ଭାରତର ଆହିକା ମୁଖାର୍ଜୀଙ୍କ ବଦଳରେ ଅର୍ଚ୍ଚନାଙ୍କୁ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଚୟନ କରାଯାଇଥିଲା। ଏଥିପାଇଁ ବେଶ ବିବାଦ ସୃଷ୍ଟି ହୋଇଥିଲା। ବିବାଦ ଲାଗି ରହିଥିଲେ ହେଁ ଅର୍ଚ୍ଚନା ନିଜ ଖେଳ ଉପରେ ଫୋକସ କରି ଦମଦାର ପ୍ରଦର୍ଶନ କରିଥିଲେ। ହେଲେ ଏବେ ସେ ଟେବୁଲ ଟେନିସକୁ ଛାଡ଼ି ପାଠପଢ଼ିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!