ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅନ୍ତର୍ଗତ ମହିତମାଠାରେ ଗତକାଲି ରାତିରେ ଏକ ଦୁର୍ଘଟଣା ଘଟିଛି । ସୂଚନାନସୁାରେ, ଭୁବନେଶ୍ୱରରୁ ବଲାଙ୍ଗିରୀ ନୂଆ ଟ୍ରାକ୍ଟର ନେଇ ଚାଳକ ଯାଉଥିବା ବେଳେ ସାମନା ପଟୁ ଦ୍ରୁତ ଗତିରେ ଏକ ବୋଲେରୋ ଆସି ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ଟ୍ରାକ୍ଟର ଇଂଜିନ ଅଧାରୁ ଭାଙ୍ଗି ଯାଇଥିବା ବେଳେ ଦୁର୍ଘଟଣାରେ ଗୁରୁତର ଦୁଇ ଚାଳକଙ୍କୁ ପ୍ରଥମେ ନୟାଗଡ଼ ଓ ପରେ ଭୂବନେଶ୍ୱର ପଠା ଯାଇଥିବା ଜଣାଯାଇଛି ।






