ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ପୈାରାଞ୍ଚଳର ସାଢ଼େ ଏଗାର କିଲୋମିଟର ରାସ୍ତାକୁ ଆଲୋକିକରଣ କରଣ କରିବା ପାଇଁ ଆଜି ଶୁଭ ଦିଆଯାଇଛି । ପୈାର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା ଆଜି ସିନ୍ଦୁରିଆଠାରୁ ରେଳଷ୍ଟେସନ୍ ପର୍ଯ୍ୟନ୍ତ କାମ ଆରମ୍ଭ କରିବାକୁ ଶୁଭ ଦେଇଛନ୍ତି । ସେହିଭଳି ଭାବେ ରେଳ ଷ୍ଟେସନ୍ଠାରୁ ଖଣ୍ଡପଡ଼ା ରୋଡ଼, ଜଗନ୍ନାଥ ମନ୍ଦିରଠାରୁ ପିଟିଏସ୍, ଜଗନ୍ନାଥ ମନ୍ଦିରରୁ ଝୁମ୍ପୁରୀ, ମାର୍ଥା କଲୋନୀଠାରୁ ଲେଙ୍କୁଡ଼ିପଡ଼ା ଏବଂ ହାଉସିଂବୋର୍ଡ଼ କଲୋନୀରେ ଗ୍ରୀନ୍ ଫିଲ୍ ଏଲ୍ଇଡି ଲାଇଟ ଲଗାଯିବ ବୋଲି ନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି । ଏହି ସାଢ଼େ ଏଗାର କିଲୋମିଟର ରାସ୍ତାରେ ପୋଲ ପୋତାଯାଇ ଏଲ୍ଇଡି ଲାଗିବ ବୋଲି ସୂଚନା ଦେଇଛନ୍ତି ।






