ନୟାଗଡ଼, (ବାଘୁଆବାର୍ତ୍ତା) : ଆଜି ଶରଣକୁଳ ପାନ୍ଥ ନିବାସଠାରେ ଓଡ଼ିଶା ସମ୍ବାଦିକ ସଂଘର ନୟାଗଡ଼ ଜିଲ୍ଲା ଶାଖାର ଦୁଇ ବାର୍ଷିକ ସମ୍ମଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନୟାଗଡ଼ ଜିଲ୍ଲାଶାଖା ସଭାପତି ଗୋକୁଳ ଚନ୍ଦ୍ର ଷଡ଼ଙ୍ଗୀ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସଂପାଦକ ଦିଲ୍ଲୀପ କୁମାର ମିଶ୍ର ସଂଘର ଆଭିମୁଖ୍ୟ ଏବଂ ଭବିଷ୍ୟତ କାର୍ଯ୍ୟକର୍ତା ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ସଂଘର ପ୍ରତ୍ୟେକ ସଭ୍ୟ ଓଡ଼ିଶା ସମ୍ବାଦିକ ସଂଘର କାର୍ଯକାରିତା ଏବଂ ସମ୍ବିଧାନକୁ ମାନି କାର୍ଯ୍ୟ କରିବା ପାଇଁ ବଦ୍ଧ ପରିକର ବୋଲି ସଭ୍ୟ ମାନେ ମତ ପ୍ରକାଶ କରିଥିଲେ । ଓଡ଼ିଶା ସମ୍ବାଦିକ ସଂଘର ଭୂତପୂର୍ବ ରାଜ୍ୟ ସଭାପତି ସ୍ୱଗର୍ତ ପ୍ରଭାତ କୁମାର ଦାଶଙ୍କ ସଂଘକୁ କିପରି ଭାବରେ ସାହାଯ୍ୟ କରିଥିଲେ ଏବଂ ତାଙ୍କର କିଭଳି ଆନୁଗତ୍ୟ ରହିଥିଲା ସେ ସଂପର୍କରେ ସଂପାଦକ ବିଷଦ ଭାବରେ ବୁଝାଇଥିଲେ । ଜିଲ୍ଲାର ସବୁ ଅଂଚଳରୁ ସମ୍ବାଦିକମାନେ ଏଥିରେ ଅଂଶ ଗ୍ରହଣ କରିଥିଲେ । ସଂଘର ବରିଷ୍ଠ ସଭ୍ୟ ଗୋପାଳ ମିଶ୍ର, ଗଣେଶ୍ୱର ମିଶ୍ର, ବରିଷ୍ଠ ସଭ୍ୟ ସତ୍ୟନାରାୟଣ ମିଶ୍ର, ରାଜ୍ୟ କାର୍ଯ୍ୟ କାରିଣୀ ସଭ୍ୟ ନବ କିଶୋର ପଣ୍ଡା ଅତିଥି ଭାବେ ଯୋଗ ଦେଇଥିଲେ । ଶେଷରେ ସନ୍ତୋଷ କୁମାର ଷଡ଼ଙ୍ଗୀ ବିଭିନ୍ନ ସ୍ଥାନରୁ ଆସିଥିବା ସମ୍ବାଦିକ ଓ ଅତିଥି ମାନଙ୍କୁ ଧନ୍ୟବାଦ ଅପର୍ଣ କରିଥିଲେ ।






