ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ ଦୁଇ ଦିନ ଧରି ଲଗାଣ ବର୍ଷା ହେବା ଫଳରେ ବହୁ କ୍ଷୟକ୍ଷତି ହୋଇଥିବା ଜଣାଯାଇଛି । ଆଜି ଲଗାଣ ବର୍ଷା କାରଣରୁ ନୟାଗଡ଼ ଜଗନ୍ନାଥ ମନ୍ଦିର ଦକ୍ଷିଣଦ୍ୱାର ସଂମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିବା ଦେଖା ଯାଇଛି । ଦକ୍ଷିଣଦ୍ୱାରଟି ଏକ ଛୋଟ କୋଠରୀ ସଦୃଶ ହୋଇଥିବା ବେଳେ ଏହା ଦୀର୍ଘଦିନ ହେବ ବିପଦ ସଂକୁଳ ଅବସ୍ଥାରେ ରହିଥିଲା । ବର୍ଷା କାରଣରୁ ଏହା ଆଜି ଭୁଶୁଡ଼ି ରାସ୍ତା ଉପରେ ଇଙ୍କା ସବୁ ଗଦେଇ ହୋଇ ପଡ଼ିଥିବା ଦେଖା ଯାଇଛି । ପ୍ରଶାସନ ପକ୍ଷରୁ ଏହାକୁ ଯଥାଶୀଘ୍ର ମରାମତି କରିବାକୁ ସେବାୟତ ଏବଂ ଭକ୍ତଙ୍କ ମହଲରୁ ଦାବି କରାଯାଉଛି ।






