Sunday, November 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଝିଅ ବିକ୍ରି ର‌୍ୟାକେଟକୁ ଧରିଲା ପୁଲିସ, ୬ ଗିରଫ

by ସଞ୍ଜୟ ସ୍ୱାଇଁ
August 20, 2024
in Crime, State
ଝିଅ ବିକ୍ରି ର‌୍ୟାକେଟକୁ ଧରିଲା ପୁଲିସ, ୬ ଗିରଫ
51
VIEWS
Share on FacebookShare on Twitter

ସୁନ୍ଦରଗଡ, (ବାଘୁଆବାର୍ତ୍ତା): ବର୍ଷେ ତଳେ ଘରୁ ନିଖୋଜ ହୋଇ ଯାଇଥିଲା ଝିଅ। ଖୋଜି ଖୋଜି ପତ୍ତା ପାଉ ନ ଥିଲା ପରିବାର। ଥାନାରେ ଅଭିଯୋଗ କରିବା ସତ୍ତ୍ୱେ ପୁଲିସ୍ ହାତ ବି ଖାଲି ଥିଲା। ମାତ୍ର ହଠାତ୍ କିଛି ଦିନ ତଳେ ଘରକୁ ଏକ ଅଜଣା ନମ୍ବରରୁ କଲ୍ କରି ଝିଅଟି ବଞ୍ଚାଇବାକୁ ଆକୁଳ ନିବେଦନ କରିଥିଲା। ଏହାପରେ ଚଳଚଞ୍ଚଳ ହୋଇ ଉଠିଲା ପୁଲିସ୍ । ଆଉ ସୂଦୁର ରାଜସ୍ଥାନର ଯାଇ ଦୁଇ ନାବାଳିକାଙ୍କୁ ଉଦ୍ଧାର କରିବା ସହ ଏହି ରାକେଟ ଚଳାଇଥିବା ୬ ଜଣଙ୍କୁ ବାନ୍ଧିଛି। ଏପରି ଏକ ସାଂଘାତିକ ଘଟଣା ସୁନ୍ଦରଗଡ ଜିଲ୍ଲା କୁତ୍ରା ଅଞ୍ଚଳରେ ଘଟିଛି । ଗତବର୍ଷ ଅକ୍ଟୋବରରେ କୁତ୍ରା ଅଞ୍ଚଳର ଜଣେ ନାବାଳିକା ନିଖୋଜ ଥିବା ନେଇ ଥାନାରେ ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲା। ପୁଲିସ ତନାଘନା ଜାରି ରଖିଥିବା ବେଳେ କିଛି ପତ୍ତା ପାଇ ପାରୁ ନ ଥିଲା। କିଛି ଦିନ ତଳେ ପରିବାର ସଦସ୍ୟଙ୍କ ନିକଟକୁ ଏକ ଅଜଣା ନମ୍ବରରୁ କଲ୍ ଆସିଥିବା ବେଳେ ଝିଅଟି ତାକୁ ବଞ୍ଚାଇବାକୁ ଅନୁରୋଧ କରିଥିଲା।ଏନେଇ ପରିବାର ଲୋକେ ତୁରନ୍ତ ଥାନାକୁ ସୂଚନା ଦେଇଥିଲେ। ଖବର ପାଇ ଏସଡିପିଓ ଅଭିଷେକ ପ୍ରାଣିଗ୍ରାହୀ କୁତ୍ରା ଥାନା ଅଧିକାରୀ ମନୋରଞ୍ଜନ ବିଶିଙ୍କୁ ନେଇ ଏକ ଟିମ୍ ଗଠନ କରିଥିଲେ ଏବଂ ରାଜସ୍ଥାନ ଯାଇଥିଲେ। ଉକ୍ତ ଟିମ୍ ସେଠାରୁ ଦୁଇ ନାବାଳିକାଙ୍କୁ ଉଦ୍ଧାର କରିଥିବା ଜଣାଯାଇଛି। ସେଠାରୁ ୨ ନାବାଳିକାଙ୍କୁ ଉଦ୍ଧାର କରିବା ସହିତ ରାକେଟରେ ସମ୍ପୃକ୍ତ ଦୁଇଜଣଙ୍କୁ ରାଜସ୍ଥାନରୁ ଗିରଫ କରିଥିଲା। ପରେ ରାଉରକେଲାରୁ ଆଉ ଚାରିଜଣଙ୍କୁ ଗିରଫ କରିଛି ପୁଲିସ। ଏହି ରାକେଟ ରେଲୱେ ଷ୍ଟେସନ ଓ ବସଷ୍ଟାଣ୍ଡରେ ଗରିବ ଝିଅଙ୍କୁ ଅଧିକ ଦରମାର ଚାକିରି ଦେବାର ପ୍ରଲୋଭନ ଦେଖାଇ ରାଜସ୍ଥାନରେ ବିକ୍ରି କରୁଥିଲେ । ଏହି ରାକେଟରେ ଆଉ କେଉଁ ମାନେ ସମ୍ପୃକ୍ତ ଅଛନ୍ତି ତାଙ୍କୁ ଧରିବାକୁ ପୋଲିସ ତଦନ୍ତ ଜାରି ରଖିଛି । ଏନେଇ ଏସଡିପିଓ ଅଭିଷେକ ପ୍ରାଣିଗ୍ରାହୀ କହିଛନ୍ତି, ମିସିଂ କେସ୍‌ର ଅନୁସନ୍ଧାନ କରୁ କରୁ ଝିଅ ବିକ୍ରି ରାକେଟ ସକ୍ରିୟ ଥିବା ଜାଣିବାକୁ ପାଇଥିଲୁ। ଏହାର ପତ୍ତା ଲଗାଇବାକୁ ରାଜସ୍ଥାନ ଦୁଇ ଥର ଯାଇଥିଲୁ। ସେଠାରୁ ଦୁଇ ନାବାଳିକାଙ୍କୁ ଉଦ୍ଧାର କରିବା ସହ ୨ ଏଜେଣ୍ଟଙ୍କୁ ବାନ୍ଧିଛୁ। ଏହାପରେ ଓଡ଼ିଶାରୁ ଆଉ ୪ ଜଣଙ୍କୁ ଗିରଫ କରିଛୁ। ସେମାନେ ଚାକିରି ଦେବାର ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ରାଜ୍ୟ ବାହାରକୁ ନେଇ ଯାଉଥିଲେ। ଏହାପରେ ସେଠାରେ ସେମାନଙ୍କୁ ଅଢେଇ ଲକ୍ଷରୁ ସାଢେ ୩ ଲକ୍ଷ ଟଙ୍କା ମଧ୍ୟରେ ବିକ୍ରି କରୁଥିଲେ । ବିକ୍ରି ପରେ ନାବାଳିକାମାନଙ୍କୁ ବିବାହ ପାଇଁ ଜବରଦସ୍ତି କରାଯାଉଥିଲା। ନାବାଳିକାମାନେ ମନା କରିବାରୁ ସେମାନେ ତାଙ୍କ ହାତଗୋଡ଼କୁ ରଶିରେ ବାନ୍ଧି ପ୍ରବଳ ପିଟୁଥିଲେ। ଏଥିସହ ବହୁତ ଶାରୀରିକ ଓ ମାନସିକ ନିର‌୍ୟାତନା ଦେଉଥିଲେ। ଏପରି ଏକ ରାକେଟର ପର୍ଦ୍ଦାଫାସ୍ ହୋଇଥିବା ବେଳେ ଆଉ କିଏ କିଏ ଏଥିରେ ସାମିଲ ଅଛନ୍ତି ତାହାର ତଦନ୍ତ କରୁଛି ପୁଲିସ୍ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!