Sunday, November 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସମ୍ପତ୍ତି ଲୋଭ, ପ୍ରେମିକା ସହ ବାପାର ଜୀବନ ନେଲା ପୁଅ, ବନ୍ଧା ହେଲେ ଉଭୟ

by ସଞ୍ଜୟ ସ୍ୱାଇଁ
August 19, 2024
in Crime, State
ସମ୍ପତ୍ତି ଲୋଭ, ପ୍ରେମିକା ସହ ବାପାର ଜୀବନ ନେଲା ପୁଅ, ବନ୍ଧା ହେଲେ ଉଭୟ
92
VIEWS
Share on FacebookShare on Twitter

ଗଞ୍ଜାମ, (ବାଘୁଆବାର୍ତ୍ତା): ଅନ୍ଧ କରି ଦେଲା ସମ୍ପତ୍ତି ଲୋଭ । ପୁଅ ଭୁଲିଗଲା ବାପାର ସ୍ନେହ, ମମତା। ଦିନେ ଯାଉଁ ବାପା ହାତ ଧରି ଚାଲିବା ଶିଖାଇଥିଲା, ତାକୁ ମୃତ୍ୟୁମୁହଁକୁ ଠେଲିଦେଲା ପୁଅ। ଆଉ ଏହାକୁ ଦୁର୍ଘଟଣାର ରୂପ ଦେବାକୁ ଯାଇ ମୃତ ବାପା ଗୁରୁତର ଥିବା କହି ମେଡିକାଲରେ ପହଞ୍ଚିଥିଲା। ମାତ୍ର ପୁଲିସ୍‌ର ଖୋଳତାଡ଼ ଆଗରେ ପୁଅର ସବୁ ଯୋଜନା ଫେଲ୍‌ ମାରିଲା। ଆଉ ସମ୍ପତ୍ତି ଲୋଭରେ ନିଜ ବୃଦ୍ଧ ବାପାର ଜୀବନ ନେଇଥିବା ପୁଅ ସମେତ ତା’ କିନ୍ନର ପ୍ରେମିକାକୁ ବାନ୍ଧିଛି ପୁଲିସ୍‌। ଏପରି ଏକ ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ବୈଦ୍ୟନାଥପୁର ଥାନା ଅଯୋଧ୍ୟା ନଗରରେ ଘଟିଛି। ଅଯୋଧ୍ୟା ନଗର ତୃତୀୟ ଲାଇନ୍ ନିବାସୀ ବରିଷ୍ଠ ନାଗରିକ ତଥା ରାଜସ୍ୱ ବିଭାଗର ଅବସରପ୍ରାପ୍ତ କିରାଣି ୭୪ ବର୍ଷୀୟ ଗରିବବନ୍ଧୁ ପଣ୍ଡାଙ୍କ ମୃତ୍ୟୁ ଘଟଣାର ସାଂଘାତିକ ରହସ୍ୟ ଉନ୍ମୋଚନ କରିଛି ପୁଲିସ୍‌। ଗରିବବନ୍ଧୁଙ୍କ ହତ୍ୟା ମାମଲାରେ ପୁଲିସ୍‌ ତାଙ୍କ ପୁଅ ସନ୍ଦୀପ ପଣ୍ଡା ଓ ତାଙ୍କ କିନ୍ନର ପ୍ରେମିକା ଶ୍ରୀୟାଙ୍କୁ ବାନ୍ଧିଛି। ଶ୍ରୀୟା ଜଣେ କିନ୍ନର। ତାଙ୍କର ପ୍ରକୃତ ନାମ ପ୍ରବୀଣ କୁମାର ଶର୍ମା I ତାଙ୍କ ଘର ମହାରାଷ୍ଟ୍ରର ଥାଣେ ଜିଲ୍ଲାର କାଲପ୍ପା ଥାନା ଅନ୍ତର୍ଗତ ଶିବାଜୀନଗର ଅଞ୍ଚଳରେ । ସନ୍ଦୀପ ମଧ୍ୟ ପୂର୍ବରୁ ବିବାହିତ ଥିବା ବେଳେ ମୁମ୍ବାଇରେ ଚାକିରି କରୁଥିଲେ। ମାତ୍ର ସନ୍ଦୀପ ଜଣେ କିନ୍ନରଙ୍କ ସହ ସମ୍ପର୍କ ରଖିବାରୁ ତାଙ୍କ ପତ୍ନୀ ତାଙ୍କୁ ଛାଡି ଚାଲିଯାଇଥିଲେ। ଉଭୟ ସନ୍ଦୀପ ଓ କିନ୍ନର ଶ୍ରୀୟା ୩ ମାସ ହେଲା ମୁମ୍ବାଇରୁ ଆସି ଗରିବବନ୍ଧୁଙ୍କୁ ପାଖରେ ରହୁଥିଲେ। ଅନେକ ସମୟରେ ସେମାନେ ଗରିବବନ୍ଧୁଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମଧ୍ୟ ମାରୁଥିଲେ। ଗତ ୧୫ ତାରିଖ ରାତିରେ ଉଭୟେ ମଦ୍ୟପାନ କରିବା ପରେ ଗରିବବନ୍ଧୁଙ୍କ ସହ ଝଗଡ଼ା କରିଥିଲେ । ଏହାପରେ ଉଭ୍ୟକ୍ତ ହୋଇ ତାଙ୍କ ଉପରକୁ ଟେବୁଲ ଫ୍ୟାନ୍ ଓ ଷ୍ଟିଲ ଆଲମିରା ପକାଇ ଦେଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ମାତ୍ର ଏହାକୁ ଦୁର୍ଘଟଣାର ରୂପ ଦେବାକୁ ଯାଇ ଗରିବବନ୍ଧୁ ପଣ୍ଡାଙ୍କ ମୃତଦେହକୁ ୧୬ ତାରିଖ ସକାଳେ ସନ୍ଦୀପ ଏମ୍‌କେସିଜି ମେଡିକାଲକୁ ନେଇଥିଲେ। ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେଠାରେ ତାଙ୍କ ଛାତିର ହାଡ଼ ଭାଙ୍ଗି ଯାଇଥିବା ବେଳେ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିବା ଦେଖିବାକୁ ମିଳିଥିଲା । ଏନେଇ ମେଡିକାଲ ପକ୍ଷରୁ ବୈଦ୍ୟନାଥପୁର ପୁଲିସ୍‌କୁ ସୂଚନା ଦିଆଯାଇଥିଲା। ବୈଦ୍ୟନାଥପୁର ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରି ଏହା ଏକ ହତ୍ୟା। ମାମଲା ବୋଲି ଜାଣିବାକୁ ପାଇଥିଲା। ଏହାପରେ ପୁଲିସ୍‌ ତୁରନ୍ତ ଗରୀବବନ୍ଧୁଙ୍କ ଘରେ ପହଞ୍ଚି ଥିବା ବେଳେ ଘରର ବିଭିନ୍ନ ସ୍ଥାନରେ ପଡ଼ିଥି ବା ରକ୍ତଛିଟା ପୋଛାପୋଛି ସରିଥିବା ଦେଖିବାକୁ ପାଇଥିଲା। ଏହାପରେ ପୁଲିସ୍‌ ଛାନଭିନ କରିବା ସହ ସନ୍ଦୀପ ଓ ଶ୍ରୀୟାଙ୍କୁ ପଚରାଉଚରା କରିବାରୁ ସେମାନେ ସବୁ ସତ କଥା ମାନିବା ସହ ନିଜ ଦୋଷ ସ୍ୱୀକାର କରିଥିଲେ। ଏହି ଘଟଣାରେ ପୁଲିସ୍‌ ମାମଲା ରୁଜୁ କରି ଉଭୟଙ୍କୁ ବାନ୍ଧିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!