ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଆଜି ପୂର୍ବାହ୍ନରେ ସ୍ଥାନୀୟ ସଂସ୍କୃତି ଭବନଠାରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ନିରାଡ଼ମ୍ବର ଭାବେ ପାଳିତ ହୋଇଯାଇଛି । ଏଥି ପାଇଁ ଆଜି ସଂସ୍କୃତି ଭବନଠାରେ ସ୍ୱତନ୍ତ୍ର ଭାବେ ସାଜସଜ୍ଜା କରାଯାଇଥିଲା । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ, ପୂର୍ବତନ ପ୍ରମୁଖ ଶାସନ ସଚିବ ଶ୍ରୀ ମନୋରଞ୍ଜନ ପାିଗ୍ରାହୀ, ନିର୍ଦ୍ଦେଶକ ଶ୍ରୀ ବିଜୟ କୁମାର ନାୟକ, ସଂସ୍କୃତି ଗବେଷକ ଶ୍ରୀ ପ୍ରହ୍ଲାଦ ସିଂହ, ଶ୍ରୀ ବିରୁପାକ୍ଷ ତି୍ରପାଠୀ, ଅଧ୍ୟାପକ ଅଭିରାମ ବିଶ୍ୱାଳ, ଡ. ବିଶ୍ୱଜିତ, ଆଶାଲତା ଦାସ ପ୍ରମୁଖ ଯୋଗଦେଇ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ସୂତ୍ରାଞ୍ଜଳି ଅର୍ପପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପରେ ଗାନ୍ଧୀଜୀଙ୍କ ପି୍ରୟ ଭଜନ ‘ରଘୁପତି ରାଘବ ରାଜାରାମ’ ଗାନ କରାଯାଇଥିଲା । ତତ୍ପଶ୍ଚାତ୍ ସଂସ୍କୃତି ବିଭାଗର ଅର୍ଥ ଅନୁଦାନରେ ମୁଦି୍ରତ ଗାନ୍ଧୀଙ୍କ ବିଚାର, ଆଦର୍ଶ, ଜୀବନୀ ଉପରେ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରକାଶିତ ଶିଶୁଗୀତିରେ ଗାନ୍ଧୀ, ଦେଶାତ୍ମବୋଧକ ଓଡ଼ିଆ କବିତା, ଇଂରାଜୀ କୋାର୍କ ସଂଖ୍ୟା-୪ ଓ କଫିଟେବୁଲ୍ ପୁସ୍ତକ । ଉତ୍କଳ ଗାନ୍ଧୀ ସ୍ମାରକନିଧି ଦ୍ୱାରା ପ୍ରକାଶିତ ଗାନ୍ଧୀ ରଚନାବଳୀ ଆତ୍ମକଥା ଅଥବା ସତ୍ୟର ପ୍ରୟୋଗ, ଗାନ୍ଧୀ ରଚନାବଳୀ ‘ଦକ୍ଷି ଆଫି୍ରକା ସତ୍ୟାଗ୍ରହ’, ଓଡ଼ିଆ ଭାଷା, ସାହି ତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀ ବିଜୟ କୁମାର ନାୟକଙ୍କ ଦ୍ୱାରା ରଚିତ ପୁସ୍ତକ ଗାନ୍ଧୀ ମହାତ୍ମ୍ୟ, ଓଡ଼ିଶା ସଂଗୀତ ନାଟକ ଏକାହେମୀ ଦ୍ୱାରା ପ୍ରକାଶିତ ଏ ଡକୁ୍ୟମେଣ୍ଟାରୀ ହିଷ୍ଟୋରୀ: ଗ୍ରୁପ୍ ଥିଏଟର ଇନ୍ ଓଡ଼ିଶା (୧୯୫୫-୨୦୨୦) ଏକାଡେମୀ ମୁଖପତ୍ର ‘ରଙ୍ଗଭୂମି’, ଓଡ଼ିଶା ଊର୍ଦ୍ଦୁ ଏକାଡେମୀ ଦ୍ୱାରା ପ୍ରକାଶିତ ପୁସ୍ତକ କାଖ୍-ଏ-ସୁଖାନ୍ ଓ ଓଡ଼ିଆ ଜବାନ୍ ଓ ଆଦାବ: ଏକ ମୁତଲିଆର ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଏଥି ସହିତ ‘ବୈଷ୍ଣବ ଜନୋ ତୋ ତେନୁ କହିୟେ’ ପରିବେଷଣ କରାଯାଇଥିଲା । ଅପରାହ@ ୩ ଘଟିକା ସମୟରେ େୱବିନାରରେ ଛାତ୍ରଛାତ୍ରୀମାନଙ୍କ ଗାନ୍ଧୀ ଆଦର୍ଶ ଓ ଗାନ୍ଧୀ ବିଚାର ସହ ପରିଚିତ କରିବା ଉଦ୍ଦେଶ୍ୟରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ୫ ହଜାରରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମ କୋଭିଡ୍-୧୯ ମାର୍ଗଦର୍ଶିକା ଅନୁସରଣରେ ପାଳନ କରାଯାଇଥିଲା ।






