ନୟାଗଡ଼, (ବାଘୁଆବାର୍ତ୍ତା): ବଂଶୀଧର ଇଣ୍ଟର ନ୍ୟାସନାଲ୍ ଫାଉଣ୍ଡେସନ୍ ପକ୍ଷରୁ ଜିଲ୍ଲା ବ୍ୟାପି ଚାରା ବଣ୍ଟନ କାର୍ଯ୍ୟକ୍ରମକୁ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଆଜି ଉଦ୍ଘାଟନ କରିଛନ୍ତି । ଇଟାମାଟି ଗ୍ରାମ ପଂଚାୟତର ଡେଙ୍ଗେରାଗୋଡ଼ି ଗ୍ରାମର ସମସ୍ତ ପରିବାରକୁ ଚାରା ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମହିଳା କଂଗ୍ରେସ ନେତ୍ରୀ ନିରୁପମା ପଟ୍ଟନାୟକ, ଜିଲ୍ଲା କଂଗ୍ରେସ ସଭାପତି ରଣଜିତ୍ ଦାଶ, ବିମଳ ରଥ, ଉମେଶ ପଟ୍ଟନାୟକ, ବସନ୍ତ କର ପ୍ରମୂଖ ଯୋଗ ଦେଇଥିବା ବେଳେ ଆଜି ସଭାପତି ମନୋଜ କୁମାର ସାହୁଙ୍କ ନେତୃତ୍ୱରେ ଏକ ହଜାର ଚାରା ବଣ୍ଟନ କରାଯାଇଛି । ଆଗାମୀ ୯ ଦିନ ଚାରା ବଣ୍ଟନ କାର୍ଯ୍ୟକ୍ରମ ଜାରି ରହିବ ବୋଲି ସଭାପତି ସୂଚନା ଦେଇଛନ୍ତି ।






