Sunday, June 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଫ୍ୟାନଙ୍କ ସମର୍ଥନ ଦେଖି କାନ୍ଦି ପକାଇଲେ ଭିନେଶ

by ସଞ୍ଜୟ ସ୍ୱାଇଁ
August 17, 2024
in NATIONAL NEWS, Sports
ଫ୍ୟାନଙ୍କ ସମର୍ଥନ ଦେଖି କାନ୍ଦି ପକାଇଲେ  ଭିନେଶ
100
VIEWS
Share on FacebookShare on Twitter

ଦିଲ୍ଲୀ, (ବାଘୁଆବାର୍ତ୍ତା): ଦିଲ୍ଲୀ ବିମାନ ବନ୍ଦରରେ ପୂର୍ବତନ କୁସ୍ତି ଯୋଦ୍ଧା ଭିନେଶ ଫୋଗାଟଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା। ପ୍ୟାରିସ ଅଲିମ୍ପିକ୍ସ ପରେ ଆଜି ଭାରତ ଫେରିଛନ୍ତି ଫୋଗାଟ। ଦିଲ୍ଲୀ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ଭିନେଶଙ୍କୁ ବିପୁଳ ସଂଖ୍ୟାରେ ସମର୍ଥକ ସ୍ୱାଗତ ଜଣାଇଛନ୍ତି। ଜଣେ ଗୋଲ୍ଡ ମେଡାଲିଷ୍ଟଙ୍କୁ ଯେପରି ସ୍ୱାଗତ କରାଯାଏ, ଭିନେଶଙ୍କୁ ଠିକ୍ ସେହିପରି ସ୍ୱାଗତ କରାଯାଇଛି। ଫ୍ୟାନଙ୍କ ଏ ଭଲ ପାଇବା ଏବଂ ସମର୍ଥନ ଦେଖି ଭାବୁକ ହୋଇ ପଡିଛନ୍ତି ଭିନେଶ। ସେ ଏହି ସମୟରେ କାନ୍ଦି ପକାଇଥିବା ଦେଖିବାକୁ ମିଳିଛି। ମୁଁ ସମସ୍ତ ଦେଶବାସୀଙ୍କୁ ଧନ୍ୟବାଦ ଜଣାଉଛି, ମୁଁ ଖୁବ୍ ଭାଗ୍ୟବାନ ବୋଲି ଭିନେଶ ଫୋଗାଟ କରିଛନ୍ତି। ବିମାନବନ୍ଦରରେ ଭିନେଶଙ୍କୁ ସ୍ୱାଗତ ଜଣାଇବା ପାଇଁ ବଜରଙ୍ଗ ପୁନିଆ, ସାକ୍ଷୀ ମଲିକ ଏବଂ ତାଙ୍କ ପରିବାର ବର୍ଗ ମଧ୍ୟ ଉପସ୍ଥିତ ଥିଲେ। ରିସ ଅଲିମ୍ପିକ୍ସ ରେସଲିଂର ୫୦ କେଜି ବର୍ଗରେ ଭାଗ ନେଇଥିଲେ ଭିନେଶ ଫୋଗାଟ। ସମସ୍ତ ପ୍ରାରମ୍ଭିକ ମ୍ୟାଚରେ ଉଚ୍ଚକୋଟୀର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଥିଲେ। ଫଳରେ ରେସଲିଂରୁ ଭାରତକୁ ରୌପ୍ୟ ନଚେତ ସ୍ୱର୍ଣ୍ଣ ମିଳିବା ନେଇ ଭିନେଶଙ୍କ ସମେତ ଦେଶବାସୀ ଆଶାବାଦୀ ରହିଥିଲେ। ମାତ୍ର ଫାଇନାଲ ମ୍ୟାଚ୍ ଦିନ ସବୁ କିଛି ବଦଳି ଯାଇଥିଲା। ୫୦ କେଜି ଓଜନରୁ ଭିନେଶ ୧୦୦ ଗ୍ରାମ ଅଧିକ ଥିବାରୁ ତାଙ୍କୁ ପ୍ୟାରିସ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷିତ କରା ଯାଇଥିଲା। ଏ ଖବର ସମସ୍ତଙ୍କୁ ବିଶ୍ମିତ କରିଥିଲା। କିଛି ଘଣ୍ଟା ପରେ ଭିନେଶ ରେସଲିଂରୁ ଅବସର ଘୋଷଣା କରିଥିଲେ। ଏସବୁ ସତ୍ତ୍ୱେ ଭିନେଶ ଓ ଭାରତୀୟ ଅଲିମ୍ପିକ୍ସ ଆସୋସିଏସନ ଅଯୋଗ୍ୟ ନିଷ୍ପତ୍ତି ବିରୋଧରେ କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟ (CAS)ରେ ଆବେଦନ କରି ଯୁଗ୍ମ ରୋପ୍ୟ ପଦକ ପାଇଁ ଦାବି କରିଥିଲେ। କିନ୍ତୁ କୋର୍ଟ ଭିନେଶଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି। ଏହାପରେ ଆଜି ଭାରତ ଫେରିଛନ୍ତି ଭିନେଶ। ସେ ପ୍ୟାରିସ ଅଲିମ୍ପିକ୍ସରେ କୌଣସି ପଦକ ଜିତି ନଥିଲେ ମଧ୍ୟ ଜଣେ ବିଜେତା ଯେପରି ସ୍ୱାଗତର ହକଦାର ତାଙ୍କୁ ଠିକେ ସେହିପରି ବିମାନବନ୍ଦରରେ ସ୍ୱାଗତ କରାଯାଇଛି, ଯେଉଁଥି ପାଇଁ ଭାବବିହ୍ୱଳ ହୋଇ ପଡ଼ିଛନ୍ତି ଭିନେଶ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!