କୃଷି ବିଲ୍ ପ୍ରତ୍ୟାହାର ଦାବି
ନୟାଗଡ଼, (ବାଘୁଆବାର୍ତ୍ତା): କୃଷକ ବିରୋଧି କୃଷିବିଲ୍ ୨୦୨୦ ପ୍ରତ୍ୟାହାର ଦାବିରେ ଜିଲ୍ଲା କଂଗ୍ରେସ ପକ୍ଷରୁ ପବିତ୍ର ଗାନ୍ଧୀ ଏବଂ ଶାସ୍ତ୍ରୀ ଜୟନ୍ତି ଅବସରରେ ତ୍ରିନାଥ ଛକଠାରୁ ଏକ କୃଷକ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପଦର୍ଶନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଆୟୋଜକ କମିଟି ଅଧ୍ୟକ୍ଷ ତଥା ପୂର୍ବତନ ପିସିସି ପ୍ରସାଦ ହରିଚନ୍ଦନ ଯୋଗ ଦେଇଥିବା ବେଳେ ପ୍ରାକ୍ତନ ସଭାପତି ଆଇନଜୀବୀ ରଣଜିତ ଦାଶ କମଳ ଚରଣ ସାହୁ, ହୁସେନ ଖାଁ, ମନୋଜ ସାହୁଙ୍କ ସମେତ ବହୁ କଂଗ୍ରେସ ନେତା ଯୋଗ ଦେଇଥିଲେ ।






