ଓଡ଼ଗାଁ, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଶରଣକୂଳ ଥାନା ଅନ୍ତର୍ଗତ ଶିଖରପୁରଠାରେ ରହିଥିବା ଐଶ୍ୱର୍ଯ୍ୟା ପ୍ରେଟୋଲ୍ ଫିଲିଙ୍ଗ ଷ୍ଟେସନ୍ରେ ଗତକାଲି ଜଣେ ଗ୍ରାହକଙ୍କୁ ପାଣି ମିଶା ପ୍ରେଟୋଲ୍ ଦିଆ ଯିବାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ଏହି ଘଟଣାକୁ ନେଇ କିଛିଲୋକ ପ୍ରେଟୋଲ ପମ୍ପରେ ହୋ ହାଲ୍ଲା କରିଥିବା ବେଳେ ଶରଣକୂଳ ପୁଲିସ ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ବୁଝାଶୁଝା କରିଥିବା ଆଜି ହିନ୍ଦୁସ୍ତାନ ପ୍ରେଟୋଲିୟମ କର୍ତ୍ତୁପକ୍ଷ ସେଠାକୁ ଆସି ତେଲର ମାନ ଯାଂଚ କରିବା ସହ ଟାଙ୍କିକୁ ସିଲ୍ କରି ଦେଇଥିବା ପୁଲିସ ସୁତ୍ରରୁ ଜଣାପଡ଼ିଛି ।






