ଭୂବନେଶ୍ୱର,(ବାଘୁଆବାର୍ତ୍ତା): ଆଜି ରାଜ୍ୟରେ ନୂଆ ୩୬୦୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୨୬ ହଜାର ୩୩୪ ରେ ପଂହଚିଛି । ସେଥିମଧ୍ୟରେ ୨୧୦୯ ଜଣ ସଂଗରୋଧ କେନ୍ଦ୍ରରେ ରହିଥିବା ବେଳେ ୧୪୯୧ ଟି ବାହ୍ୟ ପଜେଟିଭ ବୋଲି ସୂଚନା ମିଳିଛି । ସେଥିମଧ୍ୟରେ ଅନୁଗୁଳ ୧୦୦, ବାଲେଶ୍ୱର ୧୦୭, ବରଗଡ଼ ୧୦୬, ଭଦ୍ରକ ୮୨, ବଲାଙ୍ଗିର ୯୯, ବୈାଦ୍ଧ ୪୭, କଟକ ୩୫୮, ଦେବଗଡ଼ ୧୧, ଢେଙ୍କାନାଳ ୪୭, ଗଜପତି ୧୯, ଗଂଜାମ ୩୧, ଜଗତସିଂହପୁର ୭୩, ଯାଜପୁର ୧୩୯, ଝାରସୁଗୁଡ଼ା ୪୧, କଳାହାଣ୍ଡି ୫୧, କନ୍ଧମାଳ ୯୭, କେନ୍ଦ୍ରାପଡ଼ା ୧୨୯, କେନ୍ଦୁଝର ୧୦୬, ଖୋର୍ଦ୍ଧା ୭୬୬, କୋରାପୁଟ ୬୬, ମାଲକାନଗିରି ୪୬, ମୟୁରଭଂଜ ୧୫୬, ନବରଂଗପୁର ୧୧୬, ନୟାଗଡ଼ ୭୪, ନୂଆପଡ଼ା ୮୪, ପୁରୀ ୧୧୫, ରାୟଗଡ଼ା ୩୨, ସମ୍ବଲପୁର ୧୨୬, ସୋନପୁର ୧୨୯, ସୁନ୍ଦରଗଡ଼ ୮୯ ଜଣ, ଅନ୍ୟାନ ୧୫୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୩୫୨୨୬ ଟି ମାମଲା ସକ୍ରିୟ ରହିଥିବା ୧୯୦୦୮୦ ଜଣ ସୁସ୍ଥ ହୋଇଥିବା ଜଣାଯାଇଛି ।






