ନୟାଗଡ଼, (ବାଘୁଆବାର୍ତ୍ତା) : ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳନ ଅବସରରେ ଜିଲ୍ଲାପାଳ ଡ. ପୋମା ଟୁଡୁ ଅନାଥ ପରିତ୍ୟକ୍ତ ବାଳାଶ୍ରମ, ଲକ୍ଷ୍ମୀନାରାୟଣପୁର ଏବଂ ନିତ୍ତାସା,ରତାଖଣ୍ଡି ଦ୍ୱାରା ପରିଚାଳିତ ବୃଦ୍ଧାଶ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଜଳ ବିଶୋଧକ ଯନ୍ତ୍ର ଏବଂ ସାମାଜିକ ସୁରକ୍ଷା ବିଭାଗ ତରଫରୁ ଚିକିତ୍ସା ଉପକରଣ ବଂଟନ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ଶ୍ରୀ ପ୍ରଭାତ କୁମାର ସାହୁ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଆୟୋଜନ କରିଥିଲେ । ଅନାଥ ପରିତ୍ୟକ୍ତ ବାଳାଶ୍ରମ ଓ ନିତ୍ତାସାର କର୍ମକର୍ତ୍ତା ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।






