Sunday, April 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜୋର ଧରିଲା ରାଜସୁନାଖଳାକୁ ଏନ୍‌ଏସି ମାନ୍ୟତା ଦାବି

by Anil Panda
October 2, 2020
in Feature News
ଜୋର ଧରିଲା ରାଜସୁନାଖଳାକୁ ଏନ୍‌ଏସି ମାନ୍ୟତା ଦାବି
363
VIEWS
Share on FacebookShare on Twitter

ରଣପୁର, (ବାଘୁଆବାର୍ତ୍ତା): ଗତ ବୁଧବାର ଦିନ ବିଜେଡି ବିଧାୟକ ଭୁପିନ୍ଦର ସିଂହଙ୍କ ପ୍ରଶ୍ନର ଉତର ରଖି ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା ନୟାଗଡ ଜିଲ୍ଲା ଶରଣକୁଳକୁ ମିଶାଇ ୨୭ ଟି ଏନ.ଏ.ସି ଗଠନ ପାଇଁ ପ୍ରସ୍ତାବିତ ଖବର ପ୍ରଚାରିତ ହେବା ପରେ ରାଜସୁନାଖଳାକୁ ସାମିଲ କରାନଜିବା ଅଂଚଳ ବାସୀଙ୍କୁ ଆର୍ଶ୍ଚଯ୍ୟ ଚକିତ କରିଛି । ଉଭୟ ନୟାଗଡ ଓ ଖୋର୍ଦ୍ଧା ଜିଲ୍ଲାର ଠିକ୍ ମଧ୍ୟ ଭାଗରେ ରାଜସୁନାଖଳା ଅଚଂଳଟି ହେଉଛି ଏକ ମୁଖ୍ୟ ବ୍ୟବସାୟୀକ ପେଣ୍ଠ ସ୍ଥଳ ଏହି ଅଂଚଳକୁ ରାଜ୍ୟସରକାର ଏନ.ଏ.ସି ତାଲିକା ଭୁକ୍ତ ନକରିବା କାରଣରୁ ଅଂଚଳ ବାସୀ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି । ନୟାଗଡ ଜିଲ୍ଲାର ମୁଖ୍ୟାଳୟକୁ ଛାଡିଦେଲେ ଜିଲ୍ଲାର ଅର୍ଦ୍ଧାଧିକ ଭାଗ ଅର୍ଥନୀତିକୁ ଏହି ଅଂଚଳ ପରିଚାଳନା କରେ । ଏଠାକାର ଜନସଂଖ୍ୟା ଭୌଗୋଳିକ ଭିତି ଭୁମି ବାଣିଜ୍ୟ ବ୍ୟବସାୟ , ଗମନାଗମନ ଓ ୍‌ଯୋଗାଯୋଗ ଶିଳ୍ପ ,ଶିକ୍ଷା ,ସ୍ୱାସ୍ଥ୍ୟ , କୃଷି ଏବଂ ସାଂସ୍କୃତିକ ଭିତି ଭୂମି ଦୃଷ୍ଟିରୁ ଜିଲ୍ଲା ତଥା ରାଜ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ପ୍ରଥମତଃ ଅଭିଭକ୍ତ ରାଜସୁନାଖଳା ଓ ନରେନ୍ଦ୍ରପୁର ଗ୍ରା.ପ. ର ଜନସଂଖ୍ୟା ୨୦୧୦ ଜନଗଣନା ଅନୁଯାୟୀ ଯଥାକ୍ରମେ ୧୦୦୦୦ ଓ ୬୦୦୦ ର ୁଉର୍ଦ୍ଧ ଦ୍ୱୀତିୟତଃ ଭୌଗୋଳିକ ଭିତି ଭୁମି ଦୃ୍‌ଷ୍ଟିରୁ ରାଜସୁନାଖଳା ଅଂଚଳଟି ରାଜଧାନୀ ଠାରୁ ମାତ୍ର ୬୦ କି.ମି. ଦୁରରେ ଏକ ସୁବିଧା ଜନକ ଉତମ ଯୋଗାଯୋଗ ସଂପନ୍ନ ସ୍ଥାନରେ ଅବସ୍ଥିତ । ଖୋର୍ଦ୍ଧା ଏବଂ ନୟାଗଡ ଜିଲ୍ଲାର ମୁଖ୍ୟାଳୟ ଠାରୁ ସମାନ ଦୁରତାରେ ଖୋର୍ଦ୍ଧା ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଅବସ୍ଥିତ ଅଟେ । ସେହିପରି ଦକ୍ଷିଣ ପାଶ୍ୱର୍ରେ ୫ ନଂ ଜାତୀୟ ରାଜପଥକୁ ରାଜସୁନାଖଳା ଚାନ୍ଦପୁର ପୁର୍ତବିଭାଗ ରାସ୍ତାଟି ସଂଯୁକ୍ତ ହୋଇଛି । ଅନୁରୁୁପ ଉତର ପାଶ୍ୱର୍ରେ କଟକ ଜିଲ୍ଲାର ମୁଖ୍ୟ ବ୍ୟବସାୟିକ ପେଣ୍ଠସ୍ଥଳ କୁହାଯାଉଥିବା କଳାପଥର ସହିତ ଏକ ଆର.ଡି. ରାସ୍ତା ସଂଯୁକ୍ତ ହୋଇଛି । ସେହିଭଳି ଜଗନ୍ନାଥ ରୋଡ ସହିତ ସୁର୍କାବାଡି ଦେଇ ଦର୍ପନାରାୟଣପୁର ଠାରେ ଏକ ପକ୍କାରାସ୍ତା ସଂଯୁକ୍ତ ହୋଇଛି । ମୋଟାମୋଟି ଭାବେ ଗମନାଗମନ ଓ ଜାତାୟତ ଦୃଷ୍ଟିରୁ ଏହାର ଏକ ନିର୍ଭରଯୋଗ୍ୟ ବଳିଷ୍ଠ ଭିିତି ଭୂମି ରହିଛି । ଏପରିକି ଏ ଅଂଚଳରୁ ଗୁରୁତ୍ୱକୁ ଅନୁଭବ କରି କେନ୍ଦ୍ର ରେଳ ମନ୍ତ୍ରଣାଳୟ ନିର୍ମଣାଧିନ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ଉପରେ ରାଜସୁନାଖଳା ଠାରେ ଏକ ରେଲୱେ ଷ୍ଟେସନ୍ ନିର୍ମାଣ କରାଯାଇ ପୁରୀ ଏବଂ କୋଲକାତାକୁ ରେଳ ଗଡି ସାରିଛି । ଅର୍ଥ ନୈତିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଜିଲ୍ଲାର ଏହା ଏକ ସମୃଦ୍ଧ ଗ୍ରା.ପ. । ସୁନା ଓ ସୁଖୁଆ ଓ ସବୁଜ ପରିବା ର ଏକ ବିରାଟ ବଜାର ଏଠାରେ ଉପଲବ୍ଧ । ଦୁଇଟି ରାଇସ୍ ମିଲ ଓ ଡାଲି ମିଲ୍ ସମଗ୍ର ଜିଲ୍ଲାକୁ ଖାଦ୍ୟ ଯୋଗାଉଛି । ନାମି ଦାମି ବ୍ରାଣ୍ଡର ସୌଖିନ୍ ଉପକରଣ ଓ ପୋଷାକ ପତ୍ର ର ଡିଲିଂସ୍ ପଂଏଟ ଏଠାରେ ରହିଛି । ଖଣି ଖାଦାନରୁ ମଧ୍ୟ ଏ ଅଂଚଳ ପ୍ରଚୁର ରାଜସ୍ୱ ଆମଦାନି କରୁଛି । ସ୍ୱାସ୍ଥ୍ୟ ସେବା ଦୃଷ୍ଟିରୁ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସହିତ ୬ ଗୋଟି ଉପସ୍ୱାସ୍ଥ୍ୟକେନ୍ଦ୍ର ରହିଛି । ଶିକ୍ଷା ନିମନ୍ତେ ପ୍ରଶସ୍ତ ଭିତିଭୂମି ଏଠାରେ ରହିଛି । ସରକାରୀ ବିଦ୍ୟାଳୟ ମହାବିଦ୍ୟାଳୟ ସମେତ ୧୦ରୁ ଉର୍ଦ୍ଧ ବେସରକାରୀ ଘରୋଇ ଶିକ୍ଷାନୁଷ୍ଠାନ ଏହି ଅଂଚଳରେ ଶିକ୍ଷାର ବିକାଶ ଘଟାଉଛି । ଦୁଇଟି ଯାକ ଗ୍ରା.ପ ରେ ବିଶାଳ ଦୋ ଫସଲି ଯୁକ୍ତ ଖଳି ଚାଷ ଜମି ଏଠାରେ ଉପଲବ୍ଧ ।ଶୃଙ୍ଖଳା ଓ ସୁରକ୍ଷା ଦୃଷ୍ଟିରୁ ବ୍ରିଟିସ୍ ଅମଳରୁ ଏକ ଫାଣ୍ଡି ଏଠାରେ କାର୍ଯ୍ୟରତ । ଅପରାଧିମାନଙ୍କୁ କାବୁ କରିବା ନିମନ୍ତେ ଏହି ଫାଣ୍ଡିରେ ଏକ ଜିପ୍ ମଧ୍ୟ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଇଛି । ତାହାସତ୍ୱେ ସରକାରଙ୍କର ଏପରି ପକ୍ଷପାତ ନୀତି କାହିଁକି ଏହି ଅଂଚଳରେ ପ୍ରଶ୍ନ ଉଠିଚି । ବିଗତ ଦିନରେ ରାଜସୁନାଖଳା ଏବଂ ନରେନ୍ଦ୍ରପୁର ଗ୍ରା.ପ କୁୁ ମିଶାଇ ଏନ.ଏ.ସି ଗଠନ ହେବା ପାଇଁ ସ୍କେଚମ୍ୟାପ ପ୍ରସ୍ତୁ ହୋଇଥିଲା । ଏ ନେଇ ଜିଲ୍ଲା ପ୍ରଶାସନ ମଧ୍ୟ ରାଜ୍ୟ ସରକାରଙ୍କ ନିକଟରେ ମଧ୍ୟ ପ୍ରସ୍ତାବ ରଖିଥିଲେ । ତେବେ ବିଗତ ଦିନରେ ରାଜ୍ୟ ସରକାର ବିଚାର ବିମର୍ଶ କରିଥିବା ବେଳେ ସଂପ୍ରତି ଶରଣକୁଳ ତାଲିକାଭୁକ୍ତ ହୋଇଥିବା ବେଳେ ରାଜସୁନାଖଳା ବାଦପଡିବା ଘଟଣାକୁ ସହଜରେ ହଜମ କରିପାରୁ ନାହାନ୍ତି ଅଂଚଳବାସୀ ଓ ବୁଦ୍ଧିଜୀବି । ରାଜସୁନାଖଳାକୁ ଏନ୍‌ଏସି ମାନ୍ୟତା ଦାବି ଜୋର ଧରିଛି । ରାଜ୍ୟ ସରକାର ଏଦିଗରେ ଚିନ୍ତା ପ୍ରକଟ କରି ନିଷ୍ପତ୍ତି ନେବାକୁ ଜନସାଧାରଣ ନିବେଦନ କରିଛନ୍ତି ।

ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ପାଳିତ:ମାଆ କ୍ଷୀରରୁ ‌କୌଣସି ଶିଶୁ ଯେପରି ବଞ୍ଚିତ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳଙ୍କ ପରାମର୍ଶ

ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ପାଳିତ:ମାଆ କ୍ଷୀରରୁ ‌କୌଣସି ଶିଶୁ ଯେପରି ବଞ୍ଚିତ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳଙ୍କ ପରାମର୍ଶ

April 18, 2026
ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ସୁରେଶ:ରୋଗୀଙ୍କ ପାଇଁ ଇଟାମାଟିରୁ ଭୁବନେଶ୍ବର ଯାତ୍ରା

ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ସୁରେଶ:ରୋଗୀଙ୍କ ପାଇଁ ଇଟାମାଟିରୁ ଭୁବନେଶ୍ବର ଯାତ୍ରା

April 18, 2026
ଶିକ୍ଷକଙ୍କ ଅକାଳ ଦେହାନ୍ତ:ଶିକ୍ଷା ମଣ୍ଡଳୀରେ ଶୋକର ଛାୟା

ଶିକ୍ଷକଙ୍କ ଅକାଳ ଦେହାନ୍ତ:ଶିକ୍ଷା ମଣ୍ଡଳୀରେ ଶୋକର ଛାୟା

April 18, 2026
ବିଦ୍ଯାଳୟରେ ପୋଷାକ ବିତରଣ ଉତ୍ସବ:ଗରମରେ ଛଟପଟ ଛାତ୍ରଛାତ୍ରୀ

ବିଦ୍ଯାଳୟରେ ପୋଷାକ ବିତରଣ ଉତ୍ସବ:ଗରମରେ ଛଟପଟ ଛାତ୍ରଛାତ୍ରୀ

April 18, 2026
ନୟାଗଡରେ ସିଏମ ଟ୍ରଫି:ଜିଲ୍ଲା ଭଲିବଲ୍ ଟୁର୍ଣ୍ଣାମେଣ୍ଟ  ଉଦଘାଟିତ

ନୟାଗଡରେ ସିଏମ ଟ୍ରଫି:ଜିଲ୍ଲା ଭଲିବଲ୍ ଟୁର୍ଣ୍ଣାମେଣ୍ଟ  ଉଦଘାଟିତ

April 18, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!