Sunday, June 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭାରତୀୟ ଟିମକୁ ମିଳିଲା ନୂଆ ବୋଲିଂ କୋଚ୍‌

by ସଞ୍ଜୟ ସ୍ୱାଇଁ
August 14, 2024
in NATIONAL NEWS, Sports
ଭାରତୀୟ ଟିମକୁ  ମିଳିଲା ନୂଆ ବୋଲିଂ କୋଚ୍‌
173
VIEWS
Share on FacebookShare on Twitter

ଦିଲ୍ଲୀ, (ବାଘୁଆବାର୍ତ୍ତା): ପାକିସ୍ତାନର ବୋଲିଂ କୋଚ୍ ଭାବେ କାମ କରି ସାରିଥିବା ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର ମୋର୍ଣ୍ଣି ମୋର୍କେଲ ଟିମ ଇଣ୍ଡିଆ ସହ ଯୋଡ଼ି ହୋଇଛନ୍ତି। ତାଙ୍କୁ ଭାରତୀୟ ସିନିୟର ଟିମର ବୋଲିଂ କୋଚ୍‌ ଭାବେ ନିଯୁକ୍ତି ମିଳିଛି। ଏହି ଖବରକୁ ଆଜି ବିସିସିଆଇ ସମ୍ପାଦକ ଜୟ ଶାହ ସାର୍ବଜନୀନ କରିଛି। ୨୦୨୩ ଦିନିକିଆ ବିଶ୍ୱକପ ବେଳେ ମୋର୍କେଲ ପାକିସ୍ତାନ ଟିମର ବୋଲିଂ କୋଚ୍ ଥିଲେ। ତେବେ ଲିଗ ପର୍ଯ୍ୟାୟରୁ ପାକିସ୍ତାନ ବିଦାୟ ନେବାରୁ ମୋର୍କେଲ ବୋଲିଂ କୋଚ ପଦରୁ ଇସ୍ତଫା ଦେଇଥିଲେ। ପାକିସ୍ତାନ ବ୍ୟତୀତ ମୋର୍କେଲ ଆଇପିଏଲରେ କୋଲକତା ନାଇଟ ରାଇଡର୍ସ, ଲକ୍ଷ୍ନୌ ସୁପର ଜାଏଣ୍ଟସ ଓ ଦିଲ୍ଲୀ ଡେୟାର ଡେଭିଲ୍ସ ସହ ମଧ୍ୟ କାମ କରି ସାରିଛନ୍ତି। ଗୌତମ ଗମ୍ଭୀର ଓ ମୋର୍କେଲଙ୍କ ମଧ୍ୟରେ ବେଶ ଘନିଷ୍ଠତା ରହିଛି। ଗମ୍ଭୀର ମୁଖ୍ୟ କୋଚ୍‌ ହେବା ପରେ ମୋର୍କେଲଙ୍କୁ ଭାରତୀୟ ଟିମର ବୋଲିଂ କୋଚ କରିବାକୁ ବିସିସିଆଇକୁ କହିଥିଲେ। ବିସିସିଆଇ ତାଙ୍କ କଥା ଅନୁସାରେ ମୋର୍କେଲଙ୍କୁ ବୋଲିଂ କୋଚ ଭାବେ ନିଯୁକ୍ତି କରିଛି। ଜୟ ଶାହ ଏହି ଖବର ଉପରେ କହିଛନ୍ତି ଯେ “ହଁ, ଟିମ ଇଣ୍ଡିଆର ବୋଲିଂ କୋଚ ଭାବେ ମୋର୍ଣ୍ଣି ମୋର୍କେଲଙ୍କୁ ନିଯୁକ୍ତ ମିଳିଛି। ସେ ବାଂଲାଦେଶ ବିପକ୍ଷ ଘରୋଇ ଟେଷ୍ଟ ସିରିଜକୁ ବିଧିବଦ୍ଧ ଭାବେ ବୋଲିଂ କୋଚ ଭାବେ କାର୍ଯ୍ୟ ଆରମ୍ଭ କରିବେ।” ଭାରତ ଓ ବାଂଲାଦେଶ ମଧ୍ୟରେ ଟେଷ୍ଟ ସିରିଜ ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବ। ୩୯ ବର୍ଷୀୟ ମୋର୍କେଲ ଏହା ପୂର୍ବରୁ ଗମ୍ଭୀରଙ୍କ ସହ ଲକ୍ଷ୍ନୌ ସୁପର ଜାଏଣ୍ଟର ବୋଲିଂ କୋଚ ଭାବେ କାମ କରି ସାରିଛନ୍ତି। ସେ ଦକ୍ଷିଣ ଆଫ୍ରିକା ପାଇଁ ୮୬ଟି ଟେଷ୍ଟ, ୧୧୭ ଦିନିକିଆ ଓ ୪୪ଟି ଟି-୨୦ ମ୍ୟାଚ୍‌ ଖେଳି ୫୪୪ଟି ୱିକେଟ ନେଇଛନ୍ତି। ଏହାପୂର୍ବରୁ ଭାରତୀୟ କ୍ରିକେଟ ଟିମର ସହାୟକ ବା ସହଯୋଗୀ କୋଚ୍ ଭାବେ ବିସିସିଆଇ ଅଭିଷେକ ନାୟର ଓ ନେଦରଲ୍ୟାଣ୍ଡ୍ସର ପୂର୍ବତନ ଖେଳାଳି ରୟାନ ଟେନ ଡେସକାଟେଙ୍କୁ ନିଯୁକ୍ତ ଦେଇଥିଲା। ଉଭୟ ଶ୍ରୀଲଙ୍କା ବିପକ୍ଷ ସିରିଜକୁ ନିଜର କାର୍ଯ୍ୟ ଗମ୍ଭୀରଙ୍କ ସହ ମିଶି ଆରମ୍ଭ କରିଛନ୍ତି। ଗମ୍ଭୀର ଆଇପିଏଲ ଟିମ କେକେଆରର ମେଣ୍ଟୋର ଥିବା ବେଳେ ନାୟର ଉକ୍ତ ଟିମର ସହାୟକ କୋଚ୍ ଓ ଡେସକାଟେ ଫିଲ୍ଡିଂ କୋଚ୍‌ ରହିଥିଲେ। ତେଣୁ ଉଭୟଙ୍କୁ ଗମ୍ଭୀରଙ୍କ ପରାମର୍ଶରେ ହିଁ ଟିମ ଇଣ୍ଡିଆର କୋଚିଂ ଟିମରେ ସାମିଲ କରାଯାଇଛି। ବିଦାୟୀ କୋଚ୍‌ ରାହୁଲ ଡ୍ରାଭିଡଙ୍କ କୋଚିଂ ଟିମରେ ଫିଲ୍ଡଂ କୋଚ୍‌ ଥିବା ଟି ଦିଲୀପ ନିଜ ସ୍ଥାନ ବଜାୟୀ ରଖିଛନ୍ତି। ସେ ଗମ୍ଭୀରଙ୍କ କୋଚିଂ ଟିମରେ ମଧ୍ୟ ସପୋର୍ଟ ଷ୍ଟାଫ୍ଟ ଭାବେ କାର୍ଯ୍ୟ କରୁଛନ୍ତି।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!