Wednesday, June 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସମର୍ପଣରେ ଆନ୍ତର୍ଜାତୀୟ ବୟସ୍କ ଦିବସ ପାଳନ

by Anil Panda
October 1, 2020
in Nayagarh
ସମର୍ପଣରେ ଆନ୍ତର୍ଜାତୀୟ ବୟସ୍କ ଦିବସ ପାଳନ
301
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ଜିଲ୍ଲା ସ୍ବାସ୍ଥ୍ଯ ସମିତି, ନୟାଗଡ଼ ତରଫରୁ ସମର୍ପଣ (ବୃଦ୍ଧାଶ୍ରମ) ରେ ଆନ୍ତର୍ଜାତୀୟ ବୟସ୍କ ଦିବସ ପାଳନ ହୋଇଯାଇଛି। ସମର୍ପଣ ପରିଚାଳନା କମିଟିର କାର୍ଯ୍ଯକାରୀ ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମ୍ଯାଲେରିଆ ବିଭାଗର ଜିଲ୍ଲା ମେଡିକାଲ ଅଫିସର ଡାକ୍ତର ତାରକ ପ୍ରସନ୍ନ ତ୍ରୀପାଠୀ ମୁଖ୍ଯ ଅତିଥି ଭାବେ ଯୋଗଦେଇ ବାର୍ଦ୍ଧକ୍ଯ ଅବସ୍ଥାରେ ମନୁଷ୍ଯର କର୍ତ୍ତବ୍ଯ ବିଷୟରେ ଆଲୋଚନା କରିବା ସହିତ ଈଶ୍ବର ଉପାସନା ଓ ସାତ୍ତ୍ୱିକ ଭୋଜନ କରି ବାର୍ଦ୍ଧକ୍ଯ ସମୟରେ ନିରୋଗ ରହିବା ପାଇଁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ପରିବାର କଲ୍ୟାଣ ବିଭାଗ ଏଡିଏମଓ ଡାକ୍ତର ନୌସଦ୍ ଅଲ୍ଲୀ ଖାଁ ଯୋଗଦେଇ ମହାମାରୀ କରୋନାର କରାଳ ରୂପ ବିଷୟରେ ଆଲୋଚନା କରି କିପରି ସଚେତନ ରହିବା ସେ ବିଷୟରେ ବକ୍ତବ୍ଯ ରଖିଥିଲେ। ଅନ୍ଯତମ ଅତିଥି ଭାବେ ସହକାରୀ ଜିଲ୍ଲା ଜନ ସ୍ବାସ୍ଥ୍ଯ ସଂଚାରଣ ଅଧିକାରୀ ସ୍ମ୍ରତିଲତା ବିଶ୍ବାଳ , ଉପ ବିଭାଗ ଅଧିକାରୀ ସମାଜସେବୀ ପ୍ରଫୁଲ୍ଲ କୁମାର ନାୟକ ଓ ସମର୍ପଣ ସଂପାଦକ ଅରୁଣ କୁମାର ମହାନ୍ତି ଉପସ୍ଥିତ ଥିଲେ। ଜିଲ୍ଲା ସ୍ବାସ୍ଥ୍ଯ ସମିତି ତରଫରୁ ଅନ୍ତେବାସୀ ମାନଙ୍କୁ ଗୋଟିଏ ଗୋଟିଏ ଚାଦର, ଗାମୁଛା, ମାସ୍କ, ସାନିଟାଇଜର ଓ ବିସ୍କୁଟ୍ ପ୍ରଦାନ କରାଯାଇଥିଲା। ପରିଶେଷରେ ସମର୍ପଣ କାର୍ଯ୍ଯକାରୀ ସଦସ୍ଯ ସମାଜସେବୀ ଶ୍ରୀଧର ସାହୁ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!