ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଟାଉନ ଥାନା ପୁଲିସକୁ ମିଳିଛି ବଡ଼ ସଫଳତା । ଜଣେ ଗଞ୍ଜେଇ ଚୋରା ଚାଲାଣକାରୀକୁ ଧରିବାରେ ନୟାଗଡ଼ ପୁଲିସ ସଫଳ ହୋଇଛି । ସୁଚନାନୁସାରେ ନୟାଗଡ଼ ଟାଉନ ଥାନା ସବ୍ ଇନିସପେକ୍ଟର ଶିବରଞ୍ଜନ ସିଂ ଗତକାଲି ଜାତୀୟ ରାଜପଥ ୫୭ ରେ ପୁଲିସ ପେଟ୍ରୋଲିଂ କରୁଥିଲେ । ନିକଟସ୍ଥ ଦୁର୍ଗାପ୍ରସାଦ ଛକଠାରେ ଜଣେ ବ୍ୟକ୍ତି ଏକ ଜରି ବ୍ୟାଗ ଧରି ଛିଡା ହୋଇଥିବାରୁ ପୁଲିସର ସନ୍ଦେହ ହୋଇଥିଲା । ପୁଲିସ ଯାଇ ଉକ୍ତ ବ୍ୟାଗକୁ ଚେକ କରିଥିବାରୁ ଏହି ବ୍ୟାଗରୁ ୧୦ କେଜି ୩୦୦ ଗ୍ରାମ ଗଞ୍ଜେଇ ବାହାରିଥିଲା । ଅଭିଯୁକ୍ତ ଜଣଙ୍କ ହେଲେ ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ଆଜିମାବାଗ ଗ୍ରାମର କୃଷ୍ଣଚନ୍ଦ୍ର ନନ୍ଦିଙ୍କ ପୁଅ ମହେଶ୍ୱର ନନ୍ଦି ବୋଲି ଜଣା ପଡିଥିଲା । ନୟାଗଡ଼ ଟାଉନ ଥାନାରେ କେସ ନଂ – ୩୦୧/୨୪ ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ କୋର୍ଟ ଫରୁୱାର୍ଡ କରାଯାଇଛି ।





