ଭୂବନେଶ୍ୱର,(ବାଘୁଆବାର୍ତ୍ତା): ଆଜି ରାଜ୍ୟରେ ନୂଆ ୩୬୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୨୨ ହଜାର ୭୩୪ ରେ ପଂହଚିଛି । ସେଥିମଧ୍ୟରେ ୨୧୧୮ ଜଣ ସଂଗରୋଧ କେନ୍ଦ୍ରରେ ରହିଥିବା ବେଳେ ୧୪୯୭ ଟି ବାହ୍ୟ ପଜେଟିଭ ବୋଲି ସୂଚନା ମିଳିଛି । ସେଥିମଧ୍ୟରେ ଅନୁଗୁଳ ୧୮୮, ବାଲେଶ୍ୱର ୯୬, ବରଗଡ଼ ୮୬, ଭଦ୍ରକ ୬୧, ବଲାଙ୍ଗିର ୮୧, ବୈାଦ୍ଧ ୨୦, କଟକ ୩୭୧, ଦେବଗଡ଼ ୧୨, ଢେଙ୍କାନାଳ ୨୯, ଗଜପତି ୪୨, ଗଂଜାମ ୮୩, ଜଗତସିଂହପୁର ୮୩, ଯାଜପୁର ୧୪୪, ଝାରସୁଗୁଡ଼ା ୧୦୬, କଳାହାଣ୍ଡି ୧୦୬, କନ୍ଧମାଳ ୫୯, କେନ୍ଦ୍ରାପଡ଼ା ୧୧୯, କେନ୍ଦୁଝର ୧୦୯, ଖୋର୍ଦ୍ଧା ୬୭୧, କୋରାପୁଟ ୪୭, ମାଲକାନଗିରି ୧୨୩, ମୟୁରଭଂଜ ୧୨୩, ନବରଂଗପୁର ୫୭, ନୟାଗଡ଼ ୬୪, ନୂଆପଡ଼ା ୬୬, ପୁରୀ ୧୯୭, ରାୟଗଡ଼ା ୩୯, ସମ୍ବଲପୁର ୭୩, ସୋନପୁର ୭୦, ସୁନ୍ଦରଗଡ଼ ୭୩ ଜଣ, ଅନ୍ୟାନ ୨୪୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୩୬୧୨୨ ଟି ମାମଲା ସକ୍ରିୟ ରହିଥିବା ୧୮୫୭୦୦ ଜଣ ସୁସ୍ଥ ହୋଇଥିବା ଜଣାଯାଇଛି ।






