Sunday, November 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସ୍ତ୍ରୀକୁ ବାଇକ୍ ପଛରେ ବାନ୍ଧି ଘୋଷାଡ଼ିଲା ସ୍ୱାମୀ

by ସଞ୍ଜୟ ସ୍ୱାଇଁ
August 13, 2024
in Crime, NATIONAL NEWS
ସ୍ତ୍ରୀକୁ ବାଇକ୍ ପଛରେ ବାନ୍ଧି ଘୋଷାଡ଼ିଲା ସ୍ୱାମୀ
175
VIEWS
Share on FacebookShare on Twitter

ରାଜସ୍ଥାନ, (ବାଘୁଆବାର୍ତ୍ତା): ବିଚଳିତ କରିଦେବା ଭଳି ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ମହିଳାଙ୍କୁ ଅନ୍ୟ ଜଣେ ପୁରୁଷ ବାଇକ୍ ପଛରେ ବାନ୍ଧି ଘୋଷାଡ଼ି ଘୋଷାଡ଼ି ନେଉଥିବାର ଦେଖିବାକୁ ମିଳୁଛି। ସୂଚନା ଅନୁସାରେ, ଏହି ଘଟଣା ରାଜସ୍ଥାନ ନାଗଉର ଜିଲ୍ଲାର। ଉଭୟ ମହିଳା ଓ ପୁରୁଷ ସମ୍ପର୍କରେ ସ୍ୱାମୀ-ସ୍ତ୍ରୀ ହେବେ। କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେବାରୁ ସ୍ୱାମୀ ତାଙ୍କ ପତ୍ନୀଙ୍କ ଗୋଡ଼ ବାନ୍ଧି ବାଇକ୍ ପଛରେ ଗାଁ ରାସ୍ତାରେ ଘୋଷାଡ଼ି ଘୋଷାଡ଼ି ନେଉଥିବା ଦେଖିବାକୁ ମିଳିଛି। 40 ସେକେଣ୍ଡର ଏହି ଭିଡିଓରେ ତିନିଜଣ ବ୍ୟକ୍ତି ଅଛନ୍ତି। ଅଭିଯୁକ୍ତଙ୍କ ସମେତ ଅନ୍ୟ ଜଣେ ମହିଳା ଏବଂ ଭିଡିଓ ରେକର୍ଡିଂ କରୁଥିବା ବ୍ୟକ୍ତି। ଅନ୍ୟ ଦୁଇ ଜଣ ପୂରା ଘଟଣାକୁ ଦେଖିଥିଲେ ମଧ୍ୟ କୌଣସି ପ୍ରତିବାଦ କରିନାହାନ୍ତି। ପୁଲିସ କହିଛି ଯେ, ଗତ ମାସ ଏହି ଘଟଣା ଘଟିଥିଲା। କିନ୍ତୁ ମହିଳା କିମ୍ବା ତାଙ୍କ ପରିବାର ପକ୍ଷରୁ ଏନେଇ ଥାନାରେ କୌଣସି ପ୍ରକାର ଅଭିଯୋଗ କରାଯାଇ ନାହିଁ। ସୋଶାଲ ମିଡିଆରେ ଭିଡିଓ ଭାଇରାଲ୍ ହେବା ପରେ ଅଭିଯୁକ୍ତ ପ୍ରେମାରାମ ମେଘୱାଲ (32)ଙ୍କୁ ଗିରଫ କରାଯାଇଛି। ଘଟଣା ପରେ ମହିଳା ଜଣକ ତାଙ୍କ ବାପାଘରକୁ ଚାଲି ଯାଇଛନ୍ତି। ପୁଲିସ କହିଛି ଯେ, ସେ ଜୈସମଲରେ ରହୁଥିବା ତାଙ୍କ ଭଉଣୀଙ୍କ ଘରକୁ ଯିବାକୁ କହିବାରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ସେପଟେ ପଡୋଶୀ ପ୍ରମାରାମଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ପ୍ରମାରାମ ସବୁବେଳେ ମଦ ପିଇ ତାଙ୍କ ପତ୍ନୀଙ୍କୁ ମାରପିଟ୍ କରିବା ସହ ଗାଁର କାହା ସହ କଥା ହେବାକୁ ଦେଉନଥିଲେ ବୋଲି କହିଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!