Tuesday, April 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୪ ବର୍ଷ ବିତିନି, ଭାଙ୍ଗି ଗଲାଣି ମାର୍କେଟ କମ୍ଲେକ୍ସ

by Anil Panda
October 1, 2020
in Nayagarh
୪ ବର୍ଷ ବିତିନି, ଭାଙ୍ଗି ଗଲାଣି ମାର୍କେଟ କମ୍ଲେକ୍ସ
362
VIEWS
Share on FacebookShare on Twitter

ଗଣିଆ, (ବାଘୁଆବାର୍ତ୍ତା): ଶିକ୍ଷିତ ବେରୋଜଗାର ଯୁବକ ଯୁବତୀ ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ଯୋଜନା କରାଯାଇଛି । ଏପରିକି ଗାଁ ଗୁଡ଼ିକରେ ମାର୍କେଟ କମ୍ଲେକ୍ସ ନିର୍ମାଣ କରାଯାଇ ଯୁବକ ଯୁବତୀ ମାନଙ୍କୁ ରୋଜଗାରର ପନ୍ଥା ଯୋଗାଇ ଦିଆଯାଉଛି । ତେବେ ମାର୍କେଟ କମ୍ଲେକ୍ସ ନିର୍ମାଣରେ ଅନିୟମିତତା ତଥା ରକ୍ଷଣାବେକ୍ଷଣ ଅଭାବରୁ ନିର୍ମାଣର ୪ ବର୍ଷ ବିତିନି ଭାଙ୍ଗି ଗଲାଣି ନିର୍ମାଣ ହୋଇଥିବା ଗୃହ । ଏଭଳି ଘଟଣା ଦେଖିବାକୁ ମିଳିଛି ଖୋଦ୍ ଗଣିଆ ବଜାରରେ ଥିବା ମାର୍କେଟ୍‌ରେ । ୨୦୧୬ ମସିହା ଡିସେମ୍ବର ୧୯ ତାରିଖରେ ତତ୍କାଳିନ ଜିଲ୍ଲାପାଳ ଅରିନ୍ଦମ ଡାକୁଆ ଏହି ମାର୍କେଟ କମ୍ଲେକ୍ସକୁ ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ସେତେବେଳର ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ, ପ୍ରକଳ୍ପ ନିର୍ଦ୍ଦେଶକ ଶୁସାନ୍ତ କୁମାର ବାରିକ, ବ୍ଲକ ଅଧ୍ୟକ୍ଷ ରଶ୍ମିତା ସାହୁ ପ୍ରମୁଖ ଯୋଗ ଦେଇଥିଲେ । ୧୦ ଲକ୍ଷ ଟଙ୍କାରେ ନିର୍ମିତ ଉକ୍ତ ମାର୍କେଟରେ ଅନେକ ଗୁଡ଼ିଏ ଦୋକାନ ଘର ରହିଥିଲା । ତେବେ ସବୁଠାରୁ ଦୁଃଖ ଓ ପରିତାପର ବିଷୟ ମାତ୍ର ୪ ବର୍ଷ ଭିତରେ ଏହି ଘର କାନ୍ଥ ଗୁଡିକ ଫାଟି ଯାଇଥିôବା ବେଳେ ଚଟାଣରୁ ସିମେଣ୍ଟ ଛାଡ଼ି ଗଲାଣି । ଚଟାଣ ସଂପୂର୍ଣ୍ଣ ଭାଙ୍ଗି ଯିବା ପରେ ଅତ୍ୟଧିକ ବାଲିରେ ଅଳ୍ପ ପରିମାଣର ସିମେଣ୍ଟ ଦିଆଯାଇ ଘରର ଚଟାଣ ନିର୍ମାଣ ହୋଇଥିବା ଦେଖିବାକୁ ମିଳୁଛି । ସେହି ମାର୍କେଟ କମ୍ଲେକ୍ସରେ ପରିବା ଦୋକାନ କରିଥିବା ସଦାଶିବ ସାହୁ ଙ୍କ ଦୋକାନ ଗୃହର ଚଟାଣରୁ ସିମେଣ୍ଟ ସଂପୂର୍ଣ୍ଣ ଛାଡି ଯାଇଥିôବା ବେଳେ ସେ ଜରିପାଲ ପକାଇ ବେପାର କରୁଛନ୍ତି । ଘରର ୪ କୋଣରେ ବଡ ବଡ ଫାଟ ଏବଂ ଗାତ ହୋଇ ଥିବାରୁ ସେ ଭୟରେ ରହୁଥିବା ଜଣାଇଛନ୍ତି । ବାରମ୍ବାର ଜଣାଇଲେ ମଧ୍ୟ ମରାମତି କରାଯାଉନାହିଁ ବୋଲି ସେ କହିଛନ୍ତି । ତେବେ ସେ ଘର ଗୁଡିକ ଅତ୍ୟନ୍ତ ନିମ୍ନ ମାନର ହୋଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ମାନେ ଜାଣି ନଜାଣିବା ପରି ଅଭିନୟ କରୁଛନ୍ତି । ବିଭାଗୀୟ ଜେଇ ଠିକାଦାରଙ୍କ ସହିତ ମିଳିମିଶି ଏଭଳି ନିମ୍ନ ମାନର କାର୍ଯ୍ୟ କରିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ଜିଲ୍ଲାପାଳ ଏହି ମାର୍କେଟ କମ୍ଲେକ୍ସକୁ ଉଦଘାଟନ କରିଥିଲେ ମଧ୍ୟ ଏହାର ଅନିୟମିତା ବିଷୟରେ କିପରି ଜାଣି ପାରିଲେ ନାହିଁ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯଥାଶ୍ରୀଘ୍ର ଏହାର ମରାମତି କରିବାକୁ ଦାବି ହେଉଛି ।

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

April 20, 2026
ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

April 20, 2026
ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

April 20, 2026
ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

April 20, 2026
ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

April 19, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!