ଓଡ଼ଗାଁ, (ବାଘୁଆବାର୍ତ୍ତା) : ଓଡ଼ଗାଁ ଥାନା ପନ୍ତିଖାରୀ ଗ୍ରାମରେ ଶୈାଚ ହେବାକୁ ଯାଇଥିବା ଜଣେ ଯୁବକଙ୍କର ପଂଚାୟତ ସାମ୍ନା ପୋଖରୀରେ ବୁଡ଼ି ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ କାର୍ତ୍ତୀକ ନାୟକ(୧୭) । ଆଜି ପୂର୍ବାହ୍ନରେ ଶୈାଚକାର୍ଯ୍ୟ ପାଇଁ ଘରୁ ବାହାରୀ ଆସିଥିଲା ବେଳେ ବହୁ ସମୟ ଧରି କାର୍ତ୍ତୀକ ଘରକୁ ଫେରିନଥିଲା । ଫଳରେ ପରିବାର ଲୋକ ଚାରିଆଡ଼େ ଖୋଜାଖୋଜି କରିବା ପରେ ଶୈାଚକାର୍ଯ୍ୟ ପାଇଁ ଆସିଥିବାରୁ ସନ୍ଦେହରେ ପୋଖରୀରେ ମଧ୍ୟ ଖୋଜିଥିଲେ । କୈାଣସି ସନ୍ଧାନ ନପାଇ ବାଧ୍ୟହୋଇ ଓଡ଼ଗାଁ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଅଧିକାରୀ ପ୍ରତାପ କୁମାର ପ୍ରଧାନଙ୍କ ନେତୃତ୍ୱରେ କର୍ମଚାରୀମାନେ ପୋଖରୀ ମଧ୍ୟରେ ବହୁ ଖୋଜାଖୋଜି କରିବା ପରେ କଉାର୍ତୀକୁ ଠାବ କରିଥିଲେ । ଚେତାଶୂନ୍ୟ ଅବସ୍ଥାରେ ତାକୁ ଓଡ଼ଗାଁ ଡାକ୍ତରକାନାକୁ ଆଣିଥିବା ବେଳେ ଡାକ୍ତର ତାକୁ ମୃତ୍ୟୁ ଘୋଷଣା କରିଥିଲେ । ଅଭିଯୋଗ ପାଇ ଓଡ଼ଗାଁ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ପରେ ଶବ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।






