ଓଡ଼ଗାଁ, (ବାଘୁଆବାର୍ତ୍ତା) : ରଘୁନାଥ ବିଦ୍ୟାପୀଠରେ କାର୍ଯ୍ୟରତ କ୍ଲାସିକାଲ ଶିକ୍ଷକ ପ୍ରଭାତ କୁମାର ମାହାପାତ୍ରଙ୍କ ଅବସର ଗ୍ରହଣ ପରେ ଆଜି ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । କରୋନା ମହାମାରୀ କାରଣରୁ ସ୍କୁଲ ବନ୍ଦ ରହିଥିବାରୁ ଛାତ୍ରମାନଙ୍କ ଅନୁପସ୍ଥିତିରେ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନ୍ୟ କର୍ମଚାରୀମାନେ ବିଦାୟ ଜଣାଇଥିଲେ । ଏନେଇ କିଛିଦିନ ହେବ କାର୍ଯ୍ୟରେ ଯୋଗଦାନ କରିଥିବା ପ୍ରଧାନ ଶିକ୍ଷକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସହକର୍ମୀ ଶିକ୍ଷକମାନେ ମହାପାତ୍ର ସାରଙ୍କର ପୂର୍ବଦିନର ସ୍ମୃତି ଚାରଣ କରିବା ସହିତ ଉତ୍ତରୀୟ ଓ ଉପହାର ପ୍ରଦାନ କରି ବିଦାୟ ଜଣାଇଥିଲେ ।






