ନୟାଗଡ଼, (ବାଘୁଆବାର୍ତ୍ତା) : ଭୁବନେଶ୍ୱରର ଜଣାଶୁଣା ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବିରେ ଆଜି ନୟାଗଡ଼ର ସମାଜସେବୀ ଅନୁଷ୍ଠାନ ମାରୁତୀ ସେନା ପକ୍ଷରୁ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଦସ୍ୟମାନେ ଖଣ୍ଡପଡ଼ା ରାସ୍ତା ସ୍ଥିତ ହନୁମାନ ମନ୍ଦିର ନିକଟରୁ ଏକ ଶୋଭାଯାତ୍ରାରେ ଯାଇ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ନିକଟରୁ ଦାବିପତ୍ର ପ୍ରଦାନ କରିଥିବା ଜଣାଯାଇଛି । ପ୍ରଦୀପ୍ତ କୁମାର ଦାଶ, ସୌମ୍ୟା ଶୁଭ୍ରା ପଟ୍ଟନାୟକ, ରତ୍ନାକର ପ୍ରଧାନ ନେତୃତ୍ୱରେ ଏହି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ମାନବପ୍ରେମୀ ଆଦିତ୍ୟ ଦାଶ ଜଣେ କରୋନା ଯୋଦ୍ଧା ଭାବେ ପରିଚିତ ଥିବା ଏବଂ ତାଙ୍କ ମୃତ୍ୟୁ ଘଟଣା ଏକ ସମ୍ବଦନ ଶୀଳ ପ୍ରସଙ୍ଗ ହୋଇଥିବା କୁହାଯାଇଛି । ଯାହାର ପୁଲିସ ବର୍ତ୍ତମାନ ଯାଏଁ କୈାଣସି ସନ୍ଧାନ ପାଇ ପାରୁନଥିବାରୁ ସଂଗଠନ ପକ୍ଷରୁ ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରାଯାଇଛି ।






