Monday, November 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାହାଘର ସରିଲା, କିଛି ଘଣ୍ଟା ପରେ କନିଆଁକୁ ମାରି ବରର ଆତ୍ମହତ୍ୟା

by ସଞ୍ଜୟ ସ୍ୱାଇଁ
August 11, 2024
in Crime, NATIONAL NEWS
ବାହାଘର ସରିଲା, କିଛି ଘଣ୍ଟା ପରେ କନିଆଁକୁ ମାରି ବରର ଆତ୍ମହତ୍ୟା
90
VIEWS
Share on FacebookShare on Twitter

କର୍ଣ୍ଣାଟକ, (ବାଘୁଆବାର୍ତ୍ତା): ପ୍ରିୟ, ପରିଜନଙ୍କ ଉପସ୍ଥିତିରେ ବେଶ୍ ଧୁମ୍ ଧାମରେ ସରିଥିଲା ବାହାଘର। ବର-କନିଆଁ ମଧ୍ୟ ସେମାନଙ୍କ ସହ ହସଖୁସିରେ କଥାବାର୍ତ୍ତା କରୁଥିଲେ। ହେଲେ କିଛି ଘଣ୍ଟା ପରେ ଏକ ବନ୍ଦ ଘରୁ ନବବିବାହିତ ଦମ୍ପତିଙ୍କ ମୃତଦେହ ଉଦ୍ଧାର ହୋଇଛି। ପ୍ରାଥମିକ ରିପୋର୍ଟରୁ ଜଣାଯାଇଛି ଯେ, ସ୍ୱାମୀ, ସ୍ତ୍ରୀକୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି। କର୍ଣ୍ଣାଟକ କୋଲାର ଜିଲ୍ଲାରେ ଘଟିଛି ଏପରି ଘଟଣା। ସୂଚନା ଅନୁସାରେ, ନବୀନ କୁମାର (୨୭) ଓ ଲିକିତା ଶ୍ରୀ (୧୮)ଙ୍କ ବିବାହ ହୋଇଥିଲା। ଉଭୟ ଅଗଷ୍ଟ ୭ରେ ବିବାହ କରିଥିଲେ। ବାହାଘର ସରିବା ପରେ ଉଭୟ ଅତିଥିଙ୍କ ସହ ବେଶ୍ ହସଖୁସିରେ ମିଳାମିଶା କରୁଥିଲେ। ଉଭୟ ଖୁସି ଥିବା ମଧ୍ୟ ଜଣାପଡୁଥିଲା। ଏହାପରେ ଉଭୟ ଏକ ସମ୍ପର୍କୀୟଙ୍କ ଘରକୁ ଚା’ ପିଇବାକୁ ଯାଇଥିଲେ। ସେଠାରେ ଏକ ରୁମରେ ଥିବା ସମୟରେ ଉଭୟଙ୍କ ମଧ୍ୟରେ କୌଣସି କାରଣକୁ ନେଇ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍ୟକ୍ତ ହୋଇ ନବୀନ ଦାଆରେ ଲିକିତାଙ୍କୁ ଆକ୍ରମଣ କରିବା ପରେ ଆତ୍ମହତ୍ୟା କରିଛନ୍ତି। ଉପସ୍ଥିତ ଲୋକେ କବାଟ ଭାଙ୍ଗିବା ପରେ ଉଭୟଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେଖିବାକୁ ପାଇଥିଲେ। ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ମଧ୍ୟ ଡାକ୍ତର ଲିକିତାଙ୍କୁ ମୃତ ଘୋଷଣା କରିଥିଲେ। ନବୀନଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଅନ୍ୟ ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ପୁଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏଥିସହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଛି। ତେବେ କେଉଁ କାରଣକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା, ତାହା ଜଣାପଡି ନାହିଁ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!