ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାରେ ଛେଳି ଚୋରୀ ର୍ୟାକେଟ୍ ଦୀର୍ଘଦିନ ହେବ କାୟା ବିସ୍ତାରିଛନ୍ତି । ବିଭିନ୍ନ ସମୟରେ ଦଶପଲ୍ଲା, ବାଣିଗୋଚ୍ଛା ଏବଂ ନୟାଗଡ଼ ବ୍ଲକରୁ ବିରୁଡ଼ା ଅଂଚଳରୁ ଛେଳି ଚୋରୀ ହେଉଥିବା ଅଭିଯୋଗ ହୋଇ ଆସୁଥିବା ବେଳେ ଗତକାଲି ଫତେଗଡ଼ ଅଂଚଳରୁ ଛେଳି ଚୋରୀ କରି ନିଆ ଯାଉଥିବା ବେଳେ ଇଟାମାଟି ପୁଲିସ ଦ୍ୱାରା ଉଦ୍ଧାର କରାଯାଇଛି । ସୂଚନାନାନୁସାରେ, ଗତକାଲି ରାତିରେ ଇଟାମାଟି ପୁଲିସ ପ୍ରେଟୋଲିଂ କରୁଥିବା ବେଳେ ଏକ ପିକ୍ଅପ୍ ଭ୍ୟାନ ରାସ୍ତା କଡ଼ରେ ରଖି ୩ ଜଣ ବ୍ୟକ୍ତି ଓହ୍ଲାଇ ଦୈାଡ଼ି ପଳାଇଥିଲେ । ପୁଲିସ ଗାଡ଼ି ପାଖକୁ ଯାଇ ସେଥିରେ ଛେଳି ବୋଝେଇ ହୋଇଥିବା ଜାଣିବା ପରେ ଗାଡ଼ି ଏବଂ ଛେଳିକୁ ଥାନା ଆଣିଥିବା ଜଣାଯାଇଛି । ଏଥିସହିତ ପୁଲିସ ଗାଡ଼ି ଭିତରୁ ୩ଟି ମୋବାଇଲ ଜବତ କରିଥିବା ଥାନା ଅଧିକାରୀ ଦୀପକ ଖଣ୍ଡାୟତରାୟ ସୂଚନା ଦେଇଛନ୍ତି ।







