Monday, November 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଧରାପଡ଼ିଲା ସ୍କୁଲ ଓ ପଞ୍ଚାୟତ ଅଫିସରେ କଳାକନା ବୁଲାଉଥିବା ଗ୍ୟାଙ୍ଗ

by ସଞ୍ଜୟ ସ୍ୱାଇଁ
August 11, 2024
in Crime, State
ଧରାପଡ଼ିଲା ସ୍କୁଲ ଓ ପଞ୍ଚାୟତ ଅଫିସରେ କଳାକନା ବୁଲାଉଥିବା ଗ୍ୟାଙ୍ଗ
47
VIEWS
Share on FacebookShare on Twitter

ଢେଙ୍କାନାଳ, (ବାଘୁଆବାର୍ତ୍ତା): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ପୁଲିସକୁ ମିଳିଛି ବଡ଼ ସଫଳତା। ଏକ ଲୁଟେରା ଗ୍ୟାଙ୍ଗକୁ ଧରିବା ସହିତ ସେମାନଙ୍କ ଠାରୁ କୋଟିଏ ଟଙ୍କାର ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଓ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ପରଜଙ୍ଗ ଥାନା ଦୋମୁହାଁଣି ଗାଁର ବିଜୟ ପରିଡ଼ା, ସତ୍ୟବାନ ପ୍ରଧାନ, ବାଇଗିଣିଆର ଅଞ୍ଜନ ବେହେରା, କଙ୍କଡ଼ାହାଡ଼ ଥାନା କଣ୍ଟାପାଳର ବିରସା ବେହେରା, ତୁମୁସିଙ୍ଗା ଥାନା ମାଛିଆର କାହ୍ନୁ ନାଏକ ଏବଂ କାମାକ୍ଷାନଗର ଥାନା ବଡ଼ସୁଆଁଳୋ ଗାଁର ପ୍ରକାଶ ନାଏକ। ଗିରଫ ଅଭିଯୁକ୍ତମାନେ ୨୦୨୨ ମସିହାରୁ ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାର ବିଭିନ୍ନ ସ୍କୁଲ ଓ ପଞ୍ଚାୟତ ଅଫିସ ଗୁଡ଼ିକରୁ ଚୋରି କରୁଥିଲେ। ସେମାନଙ୍କ ନାଁରେ ପରଜଙ୍ଗ, କାମାକ୍ଷାନଗର, କଙ୍କଡ଼ାହାଡ଼, ତୁମୁସିଙ୍ଗା ଓ ରାସୋଳ ଥାନାରେ ମୋଟ ୬୪ଟି ମାମଲା ରହିଛି। ଅଭିଯୁକ୍ତମାନଙ୍କଠାରୁ ସ୍କୁଲ୍‌ରେ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ପାଇଁ ଉଦ୍ଦିଷ୍ଟ ଚାଉଳ ଓ ତେଲରୁ ଆରମ୍ଭ କରି ଏଲଇଡି ଟିଭି, ଫ୍ୟାନ, ଇନଭର୍ଟର, ବ୍ୟାଟେରୀ, ମ୍ୟୁଜିକ ମେସିନ, କମ୍ପ୍ୟୁଟର, ଲାପଟପ ଓ ଅନ୍ୟାନ୍ୟ ଅନେକ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଜବତ କରାଯାଇଛି। କିଛି ଲୁଗା ସହିତ ପାଣି ପମ୍ପ ମଧ୍ୟ ଜବତ କରାଯାଇଛି। କାମାକ୍ଷାନଗର ଏସଡିପିଓ ସ୍ନେହାଶିଷ ସାହୁଙ୍କ ନେତୃତ୍ୱରେ ପରଜଙ୍ଗ, କଙ୍କଡ଼ାହାଡ଼, କାମାକ୍ଷାନଗର ଓ ତୁମୁସିଙ୍ଗା ଥାନା ଅଧିକାରୀମାନେ ଚଢ଼ାଉରେ ସାମିଲ ହୋଇ ଏହି ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଥିଲେ। ତେବେ ଏହି ଚେର କେଉଁ ଆଡ଼େ ଲମ୍ବିଛି, ତାହା ସ୍ପଷ୍ଟ ହୋଇନାହିଁ। ଏହି ଗ୍ୟାଙ୍ଗର ସମସ୍ତ ସଦସ୍ୟଙ୍କୁ ଧରାଯିବ ଓ ସବୁ ଲିଙ୍କକୁ ନେଇ ଖୋଳତାଡ଼ କରାଯିବ ବୋଲି ଢେଙ୍କାନାଳ ଏସ୍‌ପି ଏସପି ସନ୍ଦୀପ ସମ୍ପଦ ମଡ଼କର ସୂଚନା ଦେଇଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!