Sunday, June 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆଜି ପ୍ୟାରିସ ଅଲିମ୍ପିକ୍ସର କ୍ଲୋଜିଂ ସେରିମୋନି

by ସଞ୍ଜୟ ସ୍ୱାଇଁ
August 11, 2024
in NATIONAL NEWS, Sports
ଆଜି ପ୍ୟାରିସ ଅଲିମ୍ପିକ୍ସର କ୍ଲୋଜିଂ ସେରିମୋନି
92
VIEWS
Share on FacebookShare on Twitter

ପ୍ୟାରିସ, (ବାଘୁଆବାର୍ତ୍ତା): ଆଜି ପ୍ୟାରିସ ଅଲିମ୍ପିକ୍ସର କ୍ଲୋଜିଂ ସେରିମୋନି। କ୍ରୀଡ଼ା ମହାକୁମ୍ଭର ସମାପନ ଉତ୍ସବ। ସମାପନ ସମାରୋହରେ ଭାରତର ଧ୍ଵଜାବାହକ ହେବେ ୨ ଖେଳାଳି। ସୁଟର ମନୁ ଭାକର ଏବଂ ଭାରତୀୟ ପୁରୁଷ ହକିର ଗୋଲକିପର ଶ୍ରୀଜେଶ ତ୍ରିରଙ୍ଗା ଲହରାଇବେ। ଅଲିମ୍ପିକ୍ସରେ ୨୨ ବର୍ଷୀୟା ମନୁ ଭାକର ଚମତ୍କାର ପ୍ରଦର୍ଶନ କରି ଦୁଇଟି ବ୍ରୋଂଜ ପଦକ ହାସଲ କରିଛନ୍ତି। ସେହିପରି ହକିଷ୍ଟାର ଶ୍ରୀଜେଶଙ୍କ ଖେଳ ସମସ୍ତ ଭାରତୀୟଙ୍କ ମନ ମୋହିଛି। ଗୋଲକିପର ଭାବେ ଭାରତକୁ ସେମିଫାଇନାଲ ପର‌୍ୟ୍ୟନ୍ତ ନେବାରେ ଶ୍ରୀଜେଶଙ୍କ ମୁଖ୍ୟ ଭୂମିକା ରହିିଥିଲା। ହକିରେ ଭାରତୀୟ ଦଳ ବ୍ରୋଂଜ ପଦକ ହାସଲ କରିଛି। ପ୍ୟାରିସ ଅଲିମ୍ପିକ୍ସର ସମସ୍ତ ଇଭେଣ୍ଟ ଗତକାଲି ସୁଦ୍ଧା ସମ୍ପନ୍ନ ହୋଇଛି। ଉଦଯାପନୀ ଉତ୍ସବରେ ଧ୍ଵଜବାହକ ଭାବେ ଚୟନ କରାଯାଇଥିବାରୁ ଏହି ସମ୍ମାନ ଲାଗି ଖୁସି ପ୍ରକଟ କରିଛନ୍ତି ଦୁଇ ଖେଳାଳି। ଭାରତର ଜାତୀୟ ପତାକା ଧରିବା ମୋ ପାଇଁ ଗର୍ବର ବିଷୟ ବୋଲି କହିଛନ୍ତି ଶ୍ରୀଜେଶ। ଅଲିମ୍ପିକ୍ସରେ ନିଜଦେଶ ପାଇଁ ପ୍ରତିନିଧିତ୍ଵ କରିବା ସମସ୍ତ ଖେଳାଳିଙ୍କ ସ୍ଵପ୍ନ ହୋଇଥାଏ ବୋଲି କହିଛନ୍ତି ଶ୍ରୀଜେଶ। ଆଉ ଏହି ସମ୍ମାନର ସ୍ଵତନ୍ତ୍ରତା ସବୁଠାରୁ ଅଲଗା ବୋଲି ସେ କହିଛନ୍ତି। କ୍ଲୋଜିଂ ସେରିମୋନିରେ ଦେଖିବାକୁ ମିଳିବ ରଂଗାରଂଗ କାର‌୍ୟ୍ୟକ୍ରମ। ହଲିଉଡ ଷ୍ଟାର ଟମ କ୍ରୁସ ଷ୍ଟଣ୍ଟ ପ୍ରଦର୍ଶନ କରିବେ। ଏହାସହ ଆମେରିକୀୟ ଗାୟିକା ବିଲି ଏଲିସ ଓ ଗାୟକ ସ୍ନୁପ ଡଗ ସଂଗୀତ ପରିବେଶ କରିବେ। ବେଶ ରୋମାଞ୍ଚକର ହେବ ଏହି ଉଦଯାପନୀ ଉତ୍ସବ ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!