ନୟାଗଡ଼, (ବାଘୁଆବାର୍ତ୍ତା) : ଆଜି ନୟାଗଡ଼ ଜିଲ୍ଲାରୁ ୮୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ନୟାଗଡ଼ ଜିଲ୍ଲାରୁ ୩ ଜଣଙ୍କ କରୋନା ମୃତ୍ୟୁ ଘଟିଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି । ଏହି ବ୍ୟକ୍ତିଙ୍କ ମୃତ୍ୟୁକୁ ମିଶାଇ ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୨୩ ବୋଲି ଜଣାଯାଇଥିବା ବେଳେ କରୋନା ଆକ୍ରାନ୍ତ ହୋଇ ଅନ୍ୟ ରୋଗରେ ଦୁଇ ଜଣ ମୃତ୍ୟୁ ବରଣ କରିଥିବା ଜଣାଯାଇଛି । ମୃତ୍ୟୁ ବରଣ କରିଥିବା ୩ ଜଣ ବ୍ୟକ୍ତିଙ୍କ ସଂମ୍ପର୍କରେ କୈାଣସି ତଥ୍ୟ ହସ୍ତଗତ ହୋଇପାରି ନାହିଁ । ଅନ୍ୟପକ୍ଷେ, ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୭୯୨ ବୋଲି ଜଣାଯାଇଛି ।







