Monday, November 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନାଟକ କରି ଫସିଲେ ଫାଇନାନ୍ସ କମ୍ପାନୀ କର୍ମଚାରୀ

by ସଞ୍ଜୟ ସ୍ୱାଇଁ
August 11, 2024
in Crime, State
ନାଟକ କରି ଫସିଲେ ଫାଇନାନ୍ସ କମ୍ପାନୀ କର୍ମଚାରୀ
142
VIEWS
Share on FacebookShare on Twitter

ବଲାଙ୍ଗିର, (ବାଘୁଆବାର୍ତ୍ତା): ନିଜେ ଟଙ୍କା ହଡ଼ପ କରି ଲୁଟ୍ ହୋଇଯାଇଥିବାର ନାଟକ ରଚିଥିବା ଏକ ଫାଇନାନ୍ସ କମ୍ପାନୀର ଜଣେ କର୍ମଚାରୀଙ୍କୁ ଗିରଫ କରିଛି ବଲାଙ୍ଗିର ସଦର ପୁଲିସ୍। ତାଙ୍କ ସହିତ ଏହି ଷଡ଼ଯନ୍ତ୍ରରେ ସାମିଲ ହୋଇଥିବା ତାଙ୍କର ଜଣେ ସମ୍ପର୍କୀୟ ଭାଇଙ୍କୁ ମଧ୍ୟ ଗିରଫ କରାଯାଇଛି। ସେମାନଙ୍କଠାରୁ ପୁଲିସ୍ ୬୩ ହଜାର ଟଙ୍କା ଓ ଦୁଇଟି ମୋବାଇଲ ଜବତ କରିଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଉଛନ୍ତି ଫାଇନାନ୍ସ କଂପାନୀ କର୍ମଚାରୀ ଡୋଳାମଣି ପ୍ରଧାନ ଓ ତାଙ୍କ ପିଉସୀ ପୁଅ ଭାଇ ସଜ୍ଜନ ଦନ୍ତା। ଗତ ୭ ତାରିଖରେ ଡୋଳାମଣି ପ୍ରଧାନ ଟଙ୍କା ସଂଗ୍ରହ କରି ଫେରୁଥିବା ବେଳେ ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ଫୁଲଝରଣ ଗାଁ ନିକଟରେ ଲୁଟ୍‌ର ଶିକାର ହୋଇଥିଲେ ବୋଲି ତାଙ୍କ କମ୍ପାନୀର ମ୍ୟାନେଜରଙ୍କୁ ଜଣାଇଥିଲେ। କିଛି ଦୁର୍ବୃତ୍ତ ଡୋଳାମଣିଙ୍କୁ ମାରପିଟ କରି ୯୩ ହଜାର ଟଙ୍କା ଲୁଟ୍ କରିଥିବା କମ୍ପାନୀର ମ୍ୟାନେଜର ବଲାଙ୍ଗିର ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ପୁଲିସ ଜାଣିବାକୁ ପାଇଲା ଯେ ନିଜେ ଡୋଳାମଣି ଟଙ୍କା ହଡ଼ପ କରିଛନ୍ତି ଓ ଲୁଟ୍‌ର ମିଛ ନାଟକ ରଚନା କରିଛନ୍ତି। ତାଙ୍କୁ ଆଣି ପଚରାଉଚରା କରିବା ପରେ ସତ ସାମ୍ନାକୁ ଆସିଥିଲା। ଡୋଳାମଣି ନିଜ ପିଉସୀ ପୁଅ ଭାଇ ସଜ୍ଜନ ଦନ୍ତାଙ୍କୁ ଡକାଇ ୯୩ ହଜାର ଟଙ୍କା ଦେଇଥିଲେ। ପରେ ଟଙ୍କା ଲୁଟ୍ ହୋଇଯାଇଥିବା କଂପାନୀ ମ୍ୟାନେଜରଙ୍କୁ ଜଣାଇଥିଲେ। ଏମିତିକି ସେ ନିଜ ମୋବାଇଲକୁ ଭାଙ୍ଗି ଦେଇ ଲୁଟ୍ ହୋଇଯାଇଥିବା ପୁଲିସକୁ କହିଥିଲେ। ପୁଲିସ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କଠାରୁ ନଗଦ ୬୩ ହଜାର ଟଙ୍କା ମିଳିଥିବା ବେଳେ ବାକି ଲୁଟ୍ ଟଙ୍କା ବ୍ୟାଙ୍କ ଏକାଉଣ୍ଟରେ ଜମା ହୋଇଥିବା ପୁଲିସ୍ ଜାଣିବାକୁ ପାଇଛି। ସେ ଟଙ୍କା ବି ଜବତ କରାଯିବ ବୋଲି ବଲାଙ୍ଗିର ଏସ୍‌ଡିପିଓ ପ୍ରଦୀପ କୁମାର ସାହୁ କହିଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!