ଗଣିଆ, (ବାଘୁଆବାର୍ତ୍ତା) : ଜଣେ ୭ ବର୍ଷର ପୁଅ ଓ ରୋଗିଣା ସ୍ୱାମୀକୁ ଛାଡ଼ି ଘରୁ ଟଙ୍କା, ପଇସା, ସୁନା ଅଳଙ୍କାର ନେଇ ଜଣେ ମା’ ଫେରାର ହୋଇ ଯାଇଥିôବା ଘଟଣା ଗଣିଆରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଗଣିଆ ଥାନା କରଡ଼ାପଡ଼ା ଗ୍ରାମରେ । ଗ୍ରାମର ଶୁସାନ୍ତ ନାଏକ ୮ ବର୍ଷ ତଳେ ବଡମ୍ବା ଅଞ୍ଚଳର ସଂଧ୍ୟ୍ୟାରାଣୀ ନାଏକଙ୍କୁ ବିବାହ କରିଥିଲେ । ତାଙ୍କର ଗୋଟିଏ ୭ ବର୍ଷର ପୁଅ ମଧ୍ୟ ଅଛି । ତେବେ ଗତ କିଛି ଦିନ ହେଲା ଶୁଶାନ୍ତ ରୋଗରେ ଆକ୍ରାନ୍ତ ହୋଇ ଘରେ ପଡ଼ି ରହିଛନ୍ତି । ଏହାର ସୁଯୋଗ ନେଇ ଗତକାଲି ଦିବା ୧୨ ଘଟିକା ସମୟରେ ତାଙ୍କ ସ୍ତ୍ରୀ ସଂଧ୍ୟ୍ୟା କେଉଁ ଆଡ଼େ ପଳାଇ ଯାଇଥିବା ତାଙ୍କ ସ୍ୱାମୀ ଥାନାରେ ଲିଖତ ଅଭିଯୋଗ କରିଛନ୍ତି । ଏପରିକି ସେ ଗଲାବେଳେ ସାଙ୍ଗରେ ଗୋଟିଏ ଫୋନ୍, ୨୦ ହଜାର ଟଙ୍କା, ସୁନାର ମଙ୍ଗଳସୂତ୍ର, କାନଫୁଲ, ରୂପା ପାଉଁଜି ଆଦି ନେଇ ପଳାଇ ଯାଇଛି । ଶୁଶାନ୍ତଙ୍କ ବାପା ତାଙ୍କ ବନ୍ଧୁ ବାନ୍ଧବ ତଥା ବୋହୂର ବାପଘରେ ଖୋଜା ଖୋଜି କରିଥିଲେ ମଧ୍ୟ ତାର ସନ୍ଧାନ ପାଇ ନଥିôାରୁ ଗଣିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଥାନା ଅଧିକାରୀ ଘଟଣାର ତଦନ୍ତ କରୁଥିବା ପ୍ରକାଶ କରିଛନ୍ତି ।






