ନୟାଗଡ଼, (ବାଘୁଆବାର୍ତ୍ତା): ଓଡ଼ିଶା ମୋ ପରିବାର ଏବଂ ଜୀବନ ବିନ୍ଦୁ ଆନୁକୁଲ୍ୟରେ ଭାପୁର ଆଂଚଳିକ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଉପାଧ୍ୟକ୍ଷ ଗୟାଧର ପରିଡ଼ାଙ୍କ ନେତୃତ୍ୱରେ ଆୟୋଜନ ହୋଇଥିବା ଏହି ଶିବିରରେ ଯୁବ ବିଜେଡି ସଭାପତି ସୁଶାନ୍ତ କୁମାର ସାହୁ ସହଯୋଗ କରିଥିଲେ । ଏଥିରେ ଆଖପାଖ ଅଂଚଳର ପ୍ରତ୍ୟେକ ଗ୍ରାମ ପଂଚାୟତର ଯୁବ ନେତାମାନେ ସହଯୋଗ କରିବା ସହ ରକ୍ତଦାନ କରିଥିବା ଜଣାଯାଇଛି । ଆଜି ମୋଟ ୧୦୦ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିବା କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ଜୀବନ ବିନ୍ଦୁ ଜିଲ୍ଲା ସଂଯୋଜକ ଗୁରୁପ୍ରସାଦ ଜେନା ସୂଚନା ଦେଇଛନ୍ତି ।






