ଓଡ଼ଗାଁ, (ବାଘୁଆବାର୍ତ୍ତା): ଓଡ଼ଗାଁ ଏନ୍ଏସି ଅଂଚଳରେ ବିଦ୍ୟୁତ୍ ବିଭ୍ରାଟ ଏକ ସାଧାରଣ ଘଟଣା ହୋଇଥିବା ବେଳେ ଏଠାରେ ସଂନ୍ଧ୍ୟାରେ ଅନ୍ଧାର ଓ ଦିନରେ ଆଲୁଅ ଦେଖାଯାଏ । ସନ୍ଧ୍ୟା ସମୟରେ ଫାଳେ ଷ୍ଟ୍ରିଟ୍ ଲାଇଟ ଜଳିଲେ ଆଉଫାଳେ ଥାଏ ଅନ୍ଧାର ରହୁଥିବା ବେଳେ ଦିନରେ ଷ୍ଟ୍ରିଟ୍ ଲାଇଟ ଜଳିବାରେ ଅସୁବିଧା ନଥାଏ । ଉପଯୁକ୍ତ ସମୟରେ ସାଧାରଣ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାରେ ବିଳମ୍ବ କାରଣରୁ କୈାଣସି ନା କୈାଣସି ଘଟଣା ନେଇ ଏଠାରେ ଧାରାବାହିକ ବିଦ୍ୟୁତ ବିଭ୍ରାଟ ଲାଗି ରହିଥାଏ । ଏଭଳି ସ୍ଥିତିରେ ଓଡ଼ଗାଁ ଏନ୍ଏସି ଅଂଚଳରେ ଦିନରେ ଷ୍ଟ୍ରିଟ ଲାଇଟ୍ ଜଲୁଥିବାକୁ ନେଇ କେବଳ ଲୋକହସା ନୀତି ବୋଲି ଆଲୋଚନା ହେଉଛି ।






