ଓଡ଼ଗାଁ, (ବାଘୁଆବାର୍ତ୍ତା) : ଓଡ଼ଗାଁ ଥାନା ଅଂଚଳର ଜଣେ ନାବାଳିକାକୁ ପୁଲିସ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଗିରଫ କରିଛି । ସୂଚନାନୁସାରେ, ଗତ ୨୨ ତାରିଖ ଅପରାହ୍ନରେ ନାବାଳିକା ଅପହରଣ ହୋଇଥିବା ନେଇ ତାଙ୍କ ମା’ ୨୬ ତାରିଖରେ ଓଡ଼ଗାଁ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ୧୮୮/୨୦ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ । ଗତକାଲି ସକାଳେ ଉଭୟଙ୍କୁ ବାହାଡ଼ାଝୋଲା ଫାଣ୍ଡି ଢିପିସାହିର ସୁଟୁ ବେହେରା(୧୯) ଏବଂ ନାବାଳିକାକୁ ପୁଲିସ ବାହାଡ଼ାଝୋଲା ଅଂଚଳରୁ ଉଦ୍ଧାର କରିଥିଲା । ଡାକ୍ତରୀ ପରୀକ୍ଷା ପରେ ସ୍ୱତନ୍ତ୍ର ଅଦାଲତରେ ନାବାଳିକାର ବୟାନ ରେକର୍ଡ଼ କରାଯାଇ ତାକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ଅନ୍ୟପକ୍ଷେ, ନାବାଳିକା ଅପହରଣ ମାମଲାରେ ଓଡ଼ଗାଁ ପୋଲିସ ସୁଟୁକୁ ଗିରଫ ଗିରଫ କରି ଗତକାଲି କୋର୍ଟ ଚାଲାଣ କରିଛି । ସେଠାରେ ଜାମିନି ନାମାଞ୍ଜୁର ହେବାରୁ ଅଭିଯୁକ୍ତକୁ ବିଚାର ବିଭାଗୀୟ ହାଜତକୁ ପଠା ଯାଇଥିବା ସୂଚନା ମିଳିଛି ।






