ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଆଜି ପୂର୍ବାହ୍ନରେ କେନ୍ଦ୍ର ଶିକ୍ଷା ସଚିବ ଅନିତା କରୁଆଲ୍ ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ସମସ୍ତ ରାଜ୍ୟର ଶିକ୍ଷା ସଚିବ ଓ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକମାନଙ୍କ ସହିତ ଓ ରାଜ୍ୟର ଶିକ୍ଷାକ୍ଷେତ୍ରରେ ବିିଭିନ୍ନ ଅଗ୍ରଗତିର ସମୀକ୍ଷା କରିଥିଲେ । ଏହି ଅବସରରେ ଜାତୀୟ ବିଦ୍ୟାଦାନ କାର୍ଯ୍ୟକ୍ରମରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ କେନ୍ଦ୍ର ଶିକ୍ଷା ସଚିବ ଓଡ଼ିଶାକୁ ଉଚ୍ଚ ପ୍ରଶଂସା କରିଥିଲେ । ବିଦ୍ୟାଦାନ କାର୍ଯ୍ୟକ୍ରମରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କଠାରୁ ‘ଇ’ ଶିକ୍ଷ ଭିଡ଼ିଓ ଆହ୍ୱାନ କରାଯାଇଥିଲା । ଏଥିରେ ରାଜ୍ୟର ୧୫୫୩ ଶିକ୍ଷକ ଅଂଶଗ୍ରହଣ କରି ନିଜସ୍ୱ ପ୍ରସ୍ତୁତ ଶିକ୍ଷଣ ଭିଡ଼ିଓ ବିଦ୍ୟାଦାନ ପୋର୍ଟାଲ୍ରେ ପ୍ରଦାନ କରିଥିଲେ । ରାଜ୍ୟ ସ୍ତରରେ ସମୀକ୍ଷା ପରେ ୧୦୦୭ଟି ଭିଡ଼ିଓ ଅନୁମୋଦିତ ହୋଇ ଦୀକ୍ଷାରେ ସଂଯୋଗ କରାଯାଇଛି । ସଂପ୍ରତି ଦୀକ୍ଷାରେ ଶତପ୍ରତିଶତ ପାଠ୍ୟପୁସ୍ତକ କୁ୍ୟଆର୍ କୋଡ଼୍ ସହିତ ଉପଲବ୍ଧ ଥିବାବେଳେ ୮୦ ପ୍ରତିଶତରୁ ଊଦ୍ଧ୍ୱର୍ ଶିକ୍ଷଣ ଭିଡ଼ିଓ ଉପଲବ୍ଧ ଅଛି । ଦୂରଦର୍ଶନ ଓ ରେଡ଼ିଓରେ ପ୍ରସାରିତ ଭିଡ଼ିଓ ଓ ଅଡ଼ିଓ ଶିକ୍ଷଣ ପାଠ୍ୟ ବିଷୟଗୁଡ଼ିକ ଦୀକ୍ଷାରେ ଉପଲବ୍ଧ କରାଯାଇଛି । ମହାମାରୀ କରୋନା ସମୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶଙ୍କ ଆହ୍ୱାନ କ୍ରମେ ଦୀକ୍ଷାର ବ୍ୟବହାର ବହୁଗୁିତ ହୋଇଛି । ବୈଠକରେ ରାଜ୍ୟ ସରକାରଙ୍କ ଦ୍ୱାରା ସମଗ୍ର ଶିକ୍ଷା ଅଂଶ ପ୍ରଦାନ ଓ କେନ୍ଦ୍ର ସରକାରଙ୍କଠାରୁ ମିଳିଥିବା ଅର୍ଥ ବିନିଯୋଗ ପାଇଁ ଓଡ଼ିଶା ପ୍ରଶଂସିତ ହୋଇଥିଲା । ସେହିପରି ଜାତୀୟ ଶିକ୍ଷାନୀତି ୨୦୨୦ର କାର୍ଯ୍ୟକାରିତା ପାଇଁ ରାଜ୍ୟରେ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବା ସଙ୍ଗେ ସଙ୍ଗେ ରାଜ୍ୟ ଟାସ୍କଫୋର୍ସ ଗଠିତ ହୋଇଥିବାରୁ କେନ୍ଦ୍ର ସଚିବ ସନ୍ତୋଷ ପ୍ରକାଶ କରିଥିଲେ ଓ ଆସନ୍ତା ଅକେଫାବର ୫ ତାରିଖ ସୁଦ୍ଧା ଜାତୀୟ ଶିକ୍ଷାନୀତି ପ୍ରୟନ ଉପରେ ମତାମତ ଦେବା ପାଇଁ ଅନୁରୋଧ କରିଥିଲେ । କରୋନା ସମୟରେ ରାଜ୍ୟରେ ସମସ୍ତ ଛାତ୍ରଛାତ୍ରୀଙ୍କ ନିକଟରେ ପାଠ୍ୟପୁସ୍ତକ ପହଞ୍ଚାଯାଇ ପାରିଥିବାରୁ ଓଡ଼ିଶାକୁ ପ୍ରଶଂସା କରାଯାଇଥିଲା । ସେହିପରି ବିଦ୍ୟାଳୟ ନିରାପତ୍ତା ନିୟମ ୨୦୧୬ ଆଧାରରେ ରାଜ୍ୟ ସରକାର ନିର୍ଦ୍ଧାରିତ ସମୟରେ ସର୍ତ୍ତାବଳୀ ଅନୁପାଳନ କରି ରିପୋର୍ଟ ପ୍ରଦାନ କରିଥିବାରୁ ପ୍ରଶଂସିତ ହୋଇଥିଲେ । ରାଜ୍ୟର ସମସ୍ତ ଶିକ୍ଷକ ଦୀକ୍ଷା ଆପ୍ ମାଧ୍ୟମରେ ଅକେଫାବର ୧ ତାରିଖଠାରୁ ‘ନିଷ୍ଠା’ ତାଲିମ ନେବା ପାଇଁ ଓସେପା ତରଫରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବାର ସୂଚନା ଦିଆଯାଇଥିଲା । ଉକ୍ତ ସମୀକ୍ଷା ବୈଠକରେ ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଅଂଶଗ୍ରହଣ କରି ରାଜ୍ୟ ଶିକ୍ଷା କ୍ଷେତ୍ରରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ କେନ୍ଦ୍ର ସଚିବଙ୍କୁ ଅବଗତ କରାଇବା ସଙ୍ଗେ ସଙ୍ଗେ ଓଡ଼ିଶା ଠିକ୍ ସମୟରେ ଅର୍ଥ ବିନିଯୋଗ କରିସାରିଥିବାରୁ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ପ୍ରଥମ କିସ୍ତି ପ୍ରଦାନ ପାଇଁ ଅନୁରୋଧ କରିଥିଲେ । ଏହି ବୈଠକରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଭୂପେନ୍ଦ୍ର ସିଂ ପୁନିଆଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ ।






