Sunday, September 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରହିଛି, ଗୋସିଂହ ଦତ୍ତ୍ୟର ଯଜ୍ଞ କୁଣ୍ଡ

by Anil Panda
September 28, 2020
in Lifestyle, Nayagarh, State, Toursimi
ରହିଛି, ଗୋସିଂହ ଦତ୍ତ୍ୟର ଯଜ୍ଞ କୁଣ୍ଡ
435
VIEWS
Share on FacebookShare on Twitter

ପଥରଚକଡ଼ା ଗ୍ରାମର ନାରାୟଣୀ ପୀଠ

ନୟାଗଡ଼଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା କଣ୍ଟିଲୋ ନିକଟସ୍ଥ ପଥର ଚକଡ଼ା ଗ୍ରାମରେ ଅବସ୍ଥିତ ‘ନାରାୟଣୀ ପୀଠ’ ପ୍ରଶାସନର ଉଦାସୀନତା ପାଇଁ ଅବହେଳିତ ହୋଇ ପଡ଼ିଛି । ଏଠାରେ ସବୁବେଳେ ମଦ୍ୟପ ଓ ଅସାମାଜିକଙ୍କ ଆଡ୍ଡା ଜମୁଥିବା ବେଳେ ପ୍ରଚାର ଓ ପ୍ରସାର ଅଭାବରୁ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ଦିନକୁ ଦିନ କମୁଛି । ଏଥିସହିତ ଏଠାରେ ରହିଥିବା ଐତିହ୍ୟ ସଂମ୍ପର୍ଣ୍ଣ ପୁଷ୍କରିଣୀ ମଧ୍ୟ ଦୂଷିତ ହୋଇ ରହିଛି । ସୂଚନାନୁସାରେ, ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ପଥରଚକଡ଼ା ଗ୍ରାମରେ ଅବସ୍ଥିତ ‘ନାରାୟଣୀ ପୀଠ’ ।

ଏଠାରେ ମଙ୍ଗଳକାରିଣୀ ନାରାୟଣୀଙ୍କୁ ଜଗଦ୍ଧାତ୍ରୀ ରୂପେ ପୂଜା କରାଯାଏ । ଗୋଟିଏ ଦିଗରେ (ଉତ୍ତର) ମହାନଦୀ ଏବଂ ଅନ୍ୟ ଦିଗମାନଙ୍କୁ ଘେରି ରହିଥିବା ପାହାଡ଼ ପର୍ବତ ଓ ଅସଂଖ୍ୟ ବୃକ୍ଷରାଜିକୁ ନେଇ ଏ ମନମୁଗ୍ଧକର ପରିବେଶ । ଜନଶ୍ରୁତିରୁ ଜଣାଯାଏ ଯେ ନିକଟସ୍ଥ ଖଣ୍ଡପଡ଼ାର ରାଜାମାନେ ପୂର୍ବେ ଏସ୍ଥାନରେ କେଇ ଜଣ ବ୍ରାହ୍ମଣମାନଙ୍କର ଥଇଥାନର ବ୍ୟବସ୍ଥା କରି ଏ ଗ୍ରାମଟିକୁ ବ୍ରାହ୍ମଣ ଶାସନ ବୋଲି ନାମିତ କରିଥିଲେ । କିନ୍ତୁ ପରବର୍ତ୍ତୀ କାଳରେ ତାଙ୍କର ବଂଶଧରମାନେ ଏ ଗ୍ରାମଟିକୁ ‘ପଥର ଚକଡ଼ା’ ନାମରେ ଅଭିହିତ କରିଥିଲେ । କାରଣ, ସେତେବେଳେ ରାଜବଂଶର ପରମ୍ପରା ତାଙ୍କର ଐତିହ୍ୟ, ଜୀବନୀ ଓ ଶାସନ ଇତ୍ୟାଦି ବିଷୟ ଲିପିବଦ୍ଧ ଥିବା ତାଙ୍କର ‘ଚକଡ଼ା ପୁସ୍ତକ’ରୁ ଜଣାପଡ଼ୁଥିଲା । ପୁନଶ୍ଚ ସେତେବେଳେ ମଧ୍ୟ ଉକ୍ତ ‘ପଥରଚକଡ଼ା’ ଗ୍ରାମଟି ଏବେ ଅପେକ୍ଷା ଆହୁରି ଅଧିକ ବଡ଼ ବଡ଼ ପଥର ଦ୍ୱାରା ଆବଦ୍ଧ ହୋଇ ରହିଥିଲା ଏବଂ ଘଞ୍ଚ ଜଙ୍ଗଲରେ ପୂର୍ଣ୍ଣଥିଲା । ତେଣୁ ରାଜା ଏପରି ‘ପଥର’କୁ ନକଲ କରି ତାଙ୍କର ଚକଡ଼ା ପୁସ୍ତକରେ ଏ ଗ୍ରାମଟିର ନାମ ଏପରି ଉଲ୍ଲେଖ କରିଥିଲେ ବୋଲି ଜଣାଯାଏ । ସାମଲ, ସାହୁ, ସ୍ୱାଇଁ, ଗୋଛି, ରାଉତ ଏବଂ ନାୟକ ଏପରି ଛଅ ଗୋଟି ରୟତିକୁ ନେଇ ଉକ୍ତ ଗ୍ରାମଟି ଗଢ଼ି ଉଠିଥିଲା । ସାମଲ ରୟତି ମାଧପୁର ଡବା ଖୋଲରୁ, ସାହୁ ରୟତି ନରସିଂହପୁରରୁ, ରାଉତ ରୟତି ନରସିଂହପୁର ବ୍ରହ୍ମପୁରରୁ ଆଣି ଖଣ୍ଡପଡ଼ା ରାଜା ଏ ଶାସନରେ ବସତି ସ୍ଥାପନ କରିଥିଲେ । ପୁନଶ୍ଚ ରାଜା ଏ ଗ୍ରାମରେ ମଠର ନିର୍ମାଣ କଲେ । ମଠରେ ସାଧୁ ସନ୍ୟାସୀମାନଙ୍କୁ ଆଣି ରଖିଲେ । ମଠର ତତ୍ତ୍ୱାବଧାନ ନିମିତ୍ତ ୧୦୦ ଏକର ଜମି ଖଞ୍ଜା କରିଦେଲେ । ୧୯୪୨ ମସିହା ବେଳକୁ ଏସ୍ଥାନ ଅତ୍ୟନ୍ତ ପରିତ୍ୟକ୍ତ ହୋଇ ପଡ଼ି ରହିଥିଲା । ମନ୍ଦିର ନିକଟକୁ ଆସିବା ପାଇଁ ସେମିତି କୌଣସି ସ୍ୱତନ୍ତ୍ର ରାସ୍ତା ନଥିଲା । କଣ୍ଟେଇ ଲଟି, ବାଉଁଶ ଓ ଅନ୍ୟାନ୍ୟ ଗଛ ଗୁଡ଼ିକୁ କାଟି ବହୁ କଷ୍ଟରେ ଗୋଟିଏ ସଂକୀର୍ଣ୍ଣ ବାଟ କରାଯାଇଥିଲା । ଦେବୀ ନାରାୟଣୀ ମନ୍ଦିର ସେତେବେଳେ ମଧ୍ୟ ଏହିପରି ନିର୍ମିତ ହୋଇ ନଥିଲା । ପୂର୍ବରୁ ଦେବୀ ‘ନାରାୟଣୀ’ ମୂର୍ତ୍ତି ଏକ ବିସ୍ତୀର୍ଣ୍ଣ ଲଟା ମୂଳରେ ଥିଲେ ବୋଲି କୁହାଯାଏ । ତେଣୁ କେହି କେହି ଲୋକ ତାଙ୍କୁ ଲୁଟା ଠାକୁରାଣୀ ବୋଲି କହୁଥିଲେ । ପ୍ରକୃତରେ ‘ନାରାୟଣୀ’ ଶବ୍ଦର ଅର୍ଥ ହେଉଛି ଯେ ଗତିମୁକ୍ତି ଦାତ୍ରୀ । ପ୍ରକୃତରେ ଦେବୀ ନାରାୟଣୀ ହେଉଛନ୍ତି ମନୁଷ୍ୟ ଦ୍ୱାରା ସୃଷ୍ଟି ମନୁଷ୍ୟାକୃତ, ଅଷ୍ଟଭୂଜା ପୁଣି ମହିଷାମର୍ଦ୍ଧିନୀ ନାରାୟଣୀ ମୂର୍ତ୍ତିଟି ସମ୍ପୂର୍ଣ୍ଣ କଳାପାଟ ପଥରରେ ନିର୍ମିତ ବୋଲି ଜଣାଯାଏ । ତାଙ୍କର ଦୁଇ ପାଶ୍ୱର୍ରେ ଦୁଇ ଦ୍ୱାରପାଳ ଅଛନ୍ତି । ତନ୍ମଧ୍ୟରୁ ଗୋଟିଏ ବ୍ୟାଘ୍ରମୂଖୀ ଓ ଅନ୍ୟଟି ସିଂହମୂଖୀ । ଏତଦ୍ ଭିନ୍ନ ତାଙ୍କର ଦୁଇପାଶ୍ୱର୍ରେ ଅନ୍ୟ ପାଶ୍ୱର୍ ଦେବତାମାନେ ମଧ୍ୟ ଅଛନ୍ତି । ବିଶେଷ କରି ନାରାୟଣୀ ମୂର୍ତ୍ତିଟି ଖୋଲା ଦେହରେ ଥିବାବେଳେ ପାଖରୁ ଦେଖିଲେ ଆବଡ଼ା ଦେଖାଯାଏ । ଦୁର୍ଦ୍ଦାନ୍ତ କଳାପାହାଡ଼ ଆକ୍ରମଣରୁ ନାରାୟଣୀଙ୍କ ମୃର୍ତ୍ତି ରକ୍ଷା ପାଇନଥିଲା । ଯାହା ଫଳରେ କି ତାଙ୍କ ଦେହର କିଛି ଅଂଶ ଭାଙ୍ଗିରୁଜି ବିକଳାଙ୍ଗ ଦିଶୁଛି । ନାସିକାର ଅଗ୍ରଭାଗ, ମସ୍ତକର ଉପରିଭାଗ, ଅଧରୋଷ୍ଠର ଅଗ୍ରଭାଗ, ସମସ୍ତ ଅଷ୍ଟଭୁଜର କିଛି ଅଂଶ ଏବଂ ଡାହାଣପଟ ପାଦର ବୃଦ୍ଧାଙ୍ଗୁଳି କିଛି ଅଂଶ ନଷ୍ଟ ହୋଇଯାଇଛି । ତଥାପି ଏତେ ଗୁଡ଼ାଏ ଅଂଶ ଦେବୀଙ୍କର ଦେହରୁ ନଷ୍ଟ ହୋଇଯାଇଥିଲେ ମଧ୍ୟ ମୂର୍ତ୍ତିର ଗଠନ ଶୈଳୀ ଖୁବ୍ ସୁନ୍ଦର ଓ କମନୀୟ ତଥା ଅପରୂପା ।

ଆଦ୍ୟାଶକ୍ତି ନାରାୟଣୀଙ୍କର ଦେହର ଗଠନ ଶୈଳୀ, କଣ୍ଟିଲୋରେ ବିରାଜିତ ଶ୍ରୀଶ୍ରୀ ନୀଳମାଧବଙ୍କ ମୂର୍ତ୍ତିର ଗଠନ ଶୈଳୀ ସହିତ ସମାନ । ନାରାୟଣୀ ମନ୍ଦିର ସମ୍ପୂର୍ଣ୍ଣ ବଉଳମାଳ ପଥରରେ ନିର୍ମିତ । ବଉଳମାଳ ପଥରଗୁଡ଼ିକୁ ଏପରି ମେଳ କରାଯାଇ ବସାଯାଇଛି ଯେ, ନିକଟରେ ଥାଇ ଦେଖିଲେ ମଧ୍ୟ ପଥରର ଯୋଡ଼ା ଜଣାପଡ଼େନି । ସେ ସବୁକୁ ଲକ୍ଷ୍ୟ କଲେ ପ୍ରାଚୀନ କଳା କୌଶଳ ଓ ତା’ର ଗଠନ ଶୈଳୀକୁ ଉପଲବ୍ଧ କରିହୁଏ । ବାସ୍ତବରେ ସେତେବେଳର ନିର୍ମାଣ କୌଶଳ ଓ କାରୁକାର୍ଯ୍ୟ ନିଶ୍ଚିତ ରୂପେ ଉନ୍ନତମାନର ଥିଲା । ମା’ଙ୍କ ମନ୍ଦିର ସାମ୍ନାରେ ଏକ ପୁଷ୍କରିଣୀ ରହିଛି । ଯେଉଁ ପୋଖରୀର ଐତିହ୍ୟକୁ ନେଇ ଅନେକ ଦୃଷ୍ଟାନ୍ତ ରହିଛି । ଏହି ପୋଖରୀଟି ହେଉଛି ଗୋସିଂହ ଦତ୍ତ୍ୟର ଯଜ୍ଞ କୁଣ୍ଠ । ଏଣୁ ପୋଖରୀରୁ କେତେବେଳେ କୌଣସି ଗାଈ, ଗୋରୁ ପାଣି ପିଅନ୍ତି ନାହିଁ କି ଅଶୌଚ ଅବସ୍ଥାରେ ପୋଖରୀର ପାଣିକୁ କେହି ବି ଛୁଅନ୍ତି ନାହିଁ । ମାତ୍ର ଏଭଳି ଏକ ପର୍ଯ୍ୟଟନ କ୍ଷେତ୍ର ଓ ଏହାର ଐତିହ୍ୟ ସଂମ୍ପର୍ଣ୍ଣ ପୁଷ୍କରିଣୀ ଅବହେଳିତ ହୋଇ ପଡ଼ିରହିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!